ଓଡିଶାରେ ଡବଲ ଇଂଜିନ ସରକାର ନିଶ୍ଚିତ: ଟଂକଧର ତ୍ରିପାଠୀ
ମୋଦିଜୀଙ୍କୁ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବା ଲକ୍ଷ୍ୟରେ ବିଜେପିରେ ଅନ୍ୟ ଦଳର କର୍ମୀ ସାମିଲ ହେବାକୁ ଲାଗିଛନ୍ତି । ଏଥର ଓଡିଶାରେ ଡବଲ ଇଂଜିନ ସରକାରକୁ କେହି ରୋକି ପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଝାରସୁଗୁଡା ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀ ।
ଆଜି ଝାରସୁଗୁଡା ବିଟିଏମ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ନୂଆ କରି ଦଳରେ ଯୋଗଦାନ କରିଥିବା ବନ୍ଧୁମାନେ ନିର୍ବାଚନରେ ସକ୍ରିୟତାର ସହ ଓଡ଼ିଶାରେ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରିବେ ବୋଲି ମୋର ଦୃଢ ବିଶ୍ୱାସ ରହିଛି ବୋଲି ଟଂକଧର ତ୍ରିପାଠୀ କହିଥିଲେ ।
କୋଲାବିରା ବ୍ଲକ ର କୋଲାବିରା ପଂଚାୟତ ଏବଂ ରଘୁନାଥ ପାଲି ପଂଚାୟତର ବିଜେଡି କାର୍ଯ୍ୟକର୍ତା ବିଜେପିରେ ଯୋଗ ଦେଇଥିଲେ ।ଯୋଗ ଦେଇଥିବା ପ୍ରମୁଖ କାର୍ଯ୍ୟକର୍ତା ମାନେ ହେଲେ ତରଣୀ ବାଗ, ପ୍ରତାପ ପ୍ରଧାନ, ଅଞ୍ଜଳି ଲୁହା,ସଂଜୀବ ମହାନେନ୍ଦ, ଅଞ୍ଜଳି ମହାନନ୍ଦ।
ମିଶ୍ରଣ ପର୍ବ ବି ଟି ଏମ ଅଫିସ ଠାରେ ମଞ୍ଚ ରେ ଉପସ୍ଥିତ ଥିଲେ ଟଙ୍କଧର ତ୍ରିପାଠୀ, ସୁନୀଲ ପଣ୍ଡା, ରାଜେଶ ଦାଶ, ପ୍ରେମ ସେନ ରେ, ଅରୁଣ ବେହେରା,ଅଶୋକ ବେହେରା, ରାଜେଶ ପ୍ରଧାନ,ସଞ୍ଜୟ ପୂଝରୀ ପ୍ରମୁଖ।

