ଭୁବନେଶ୍ୱର :
ଆଜି ସୁରେଶ କୁମାର ରାଉତରାୟ (ସୁର) ଙ୍କୁ କଂଗ୍ରେସ ପକ୍ଷରୁ ଲାଗିଛି ଝଟକା I ଆଗାମୀ ୬ ବର୍ଷ ପାଇଁ ସୁରଙ୍କୁ ପାର୍ଟି ପକ୍ଷରୁ ନିଲଂବିତ କରାଯାଇଛି I ସାନ ପୁଅକୁ ବିଜେଡି ଟିକେଟ ମିଳିବ ପରେ କିଛିଦିନ ଧରି ସୁର କଂଗ୍ରେସ କୁ ଛାଡି ବିଜେଡି ସପକ୍ଷରେ ଥିବା ଦେଖିବାକୁ ମିଳୁଥିଲା I ଏନେଇ ଆଜି ଦଳୀୟ ବିରୋଧ କାର୍ଯ୍ୟ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ୬ ବର୍ଷ ପାଇଁ ସୁରଙ୍କୁ ନିଲମ୍ବିତ କରିଥିବା ବେଳେ ସୁର ଙ୍କ ଆଗାମୀ ପଦକ୍ଷେପ କଣ ହେବ ବା ସେ କଂଗ୍ରେସ ଛାଡ଼ିବେ ଏ ବାବଦରେ ଆଗାମୀ ଦିନରେ ଜଣାପଡିବ I ବ୍ୟୁରୋ ରିପୋର୍ଟ

