Type Here to Get Search Results !

ମିଶନ କାଫେ ନିର୍ମାଣ ନାଁ ରେ ହରିଲୁଟ ଉଦ୍ୟମ l

ବାଲିକୁଦା:-

ବାଲିକୁଦା ବ୍ଲକ ଏବେ ଦୃନୀତି ର ଚରମ ସୀମା ଟପିଗଲାଣି l ମିଶନ କାଫେ ନିର୍ମାଣ ନାଁ ରେ ହରିଲୁଟ ଉଦ୍ୟମ l ପୁରୁଣା ଘରେ ରଙ୍ଗ ମାରି ସରକାରୀ ଅର୍ଥ ହରିଲୁଟ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ପରିସରରେ l ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେ ରେ ପାଞ୍ଚ ଲକ୍ଷ ଟଙ୍କା ହରିଲୁଟ କରିବାପାଇଁ ଉଦ୍ୟମ କରାଯାଇଛି l ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଚେଷ୍ଟା କରୁଥିବା ବେଳେ ଅନେକ ଯୋଜନା ମାନ କରୁଛନ୍ତି କିନ୍ତୁ ତାହା କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ତାହା ଏଇ ଥିରୁ ପ୍ରମାଣିତ କରାଯାଉଛି l ବ୍ଲକ କତୃପକ୍ଷ ତାହାର ଫାଇଦା ଉଠାଇ ମାଲେମାଲ ହେଉଥିବା ଜଣାପଡିଛି l ବ୍ଲକ ପରିସରରେ ଏକ ପୁରୁଣା ଘରକୁ ରଙ୍ଗ ମାରି ନୂଆ ରୂପ ରେଖ ଦେଇ ବ୍ଲକ କର୍ମଚାରି ମିଳିମିଶି ଭାଗିଦାର ହେଉଥିବା ଜଣାପଡିଛି l ରାଧେ ରାଧେ ତମର ଅଧେ କୁ ଆମର ଅଧେ l ଯଦି ବ୍ଲକ ପରିସରରେ ଏଭଳି ମହାଦୁର୍ନୀତି ହୋଇପାରୁଛି ତେବେ ପ୍ରତେକ ପଞ୍ଚାୟତ ରେ କିଭଳି ଦୁର୍ନୀତି ହୋଇଥିବ ତାହା ବେଶ ଅନୁମାନ କରାଯାଉଛି l ତେବେ ଏହି ମହାଦୁର୍ନତି ଖୋର ବ୍ଲକ କର୍ମଚାରୀ ଙ୍କ ପକେଟ ଗରମ କରୁଥିବନେଇ ବିଭିନ୍ନ ମହଲରେ ଆଲୋଚନା କରାଯାଉଛି l ତେଣୁ ଏହାକୁ ପୁଙ୍ଖାନୁ ପୁଙ୍ଖ ଉଚ୍ଚ କତୃପକ୍ଷ ତଦନ୍ତ ପରିସରକୁ ନେଇ ବ୍ଲକ କତୃପକ୍ଷ ଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ବୁଦ୍ଧିଜୀବୀ ଙ୍କ ମହଲରେ ଆଲୋଚନା ଜୋର ଧରିଛି l


ଜଗତସିଂହପୁର ଜିଲ୍ଲା ବାଲିକୁଦା ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.