ମାଲକାନଗିରି:-
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଜାନବାଇ ନିକଟସ୍ଥ ଧନୁର୍ଜୟଗୁଡା ଠାରେ ଏକ ନୌକା ବିହାରର ଶୁଭ ଉଦଘାଟନ ହୋଇଯାଇଛି।ଆଜି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂହଙ୍କ କରକମଳରେ ପୂଜାର୍ଚ୍ଚନା ପରେ ପିତା କାଟି ଏହି ନୌକା ବିହାର କମ୍ପ୍ଲେକ୍ସର ଶୁଭାରମ୍ଭ କରାଯାଇଥିଲା। ଗୁରୁପ୍ରିୟା ସେତୁର ସୌନ୍ଦର୍ଯ୍ୟ ସହ ଏହି ନୌକା ବିହାରର ମଜା ମଧ୍ୟ ଉଠାଇ ପାରିବେ ଜିଲ୍ଲାବାସୀ ତଥା ବାହାରରୁ ଆସୁଥିବା ପର୍ଯ୍ୟଟକ ମାନେ। ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଏଠାରେ କିଛି ଦୋକାନ ବଜାର ଖୋଲିବାର ସୁବିଧା କରାଯିବ ବୋଲିି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ କହିଛନ୍ତ।ଫଳରେ ସ୍ଥାନୀୟ ଲୋକେ ଦୁଇ ପଇସା ରୋଜଗାରର ସୁଯୋଗ ପାଇପାରିବେ। ଯାହା ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲି , ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠୀଙ୍କ ସହ ଧନୁର୍ଜୟଗୁଡା ବନ ସଂରକ୍ଷଣ ସମିତି ସଦସ୍ୟ ମାନେ ଉପସ୍ଥିତ ଥିଲେ।

