Type Here to Get Search Results !

କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା

 

         

    

       ଭଦ୍ରକ :-

          ଭଦ୍ରକ ଜିଲ୍ଲା ଅଗରପଡା ଥାନା ଅଧିନସ୍ତ ଆଡ଼ିଆ କଳାପାହାଡ଼ ଗ୍ରାମ ରେ ପୁରାତନ ସଂସ୍କୃତି ସମ୍ପନ୍ନ କାର୍ତ୍ତିକେଶ୍ୱର ଙ୍କ ପୂଜା ମହା ଆଡମ୍ବର ରେ ହୋଇ ଆସୁଥିବା ବେଳେ କାର୍ତ୍ତିକେଶ୍ୱର କଳାପାହାଡ଼ ପୂଜା କମିଟି ସମେତ ପଂଚାୟତବାସୀ ଙ୍କ ଉଦ୍ୟମ ରେ ୭ ଦିନ ଧରି ହେଉଥିବା ଏଭଳି ଆଧ୍ୟାତ୍ମିକ ସଂସ୍କୃତି ସମ୍ପନ୍ନ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ପ୍ରଶଂସନୀୟ ବୋଲି ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ବହୁ ଲୋକଙ୍କ ସମାଗମ ରେ କମିଟି ବରିଷ୍ଠ ସଭ୍ୟ କ୍ଷିତୀଶ ସାମନ୍ତ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାମଞ୍ଚ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜସେବୀ ପ୍ରଭାସ ରଞ୍ଜନ ପଣ୍ଡା ସୁସ୍ଥ ସମାଜ ଗଠନ ଉତ୍ତମ ଚରିତ୍ର ସଂସ୍କୃତି ର ସୁରକ୍ଷା ଦାୟିତୂ ଉପରେ ସମସ୍ତେ ଯତ୍ନବାନ ହେବା ନେଇ ପରାମର୍ଶ ଦେଇଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ଓ ଜେ ୟୁ ଜିଲ୍ଲା ସଭାପତି ଜ୍ଞାନ ପ୍ରକାଶ ପାଣି ଯୋଗ ଦେଇ ସାମାଜିକ ଚାଲିଚଳନ, ଉପଯୁକ୍ତ ଶିକ୍ଷା, ନିଜର କର୍ମ ଧର୍ମ, ଜଗନ୍ନାଥ ସଂସ୍କୃତି ଏବଂ ସୁନ୍ଦର ସମାଜ ଉପଯୋଗୀ ଚିନ୍ତାଧାରା ରେ କାର୍ଯ୍ୟ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ନିଜ କୁ ସଜାଡ଼ିଲେ ସବୁକିଛି ସଜାଡ଼ି ହୋଇ ପାରିବ ବୋଲି ବାର୍ତ୍ତା ଉପ ସ୍ଥାପନ କରିଥିଲେ l ସଭାପତି ଶ୍ରୀଯୁକ୍ତ ସାମନ୍ତ ତାଙ୍କର କମିଟି ର ଦୀର୍ଘ ବର୍ଷ ର ପ୍ରଚେଷ୍ଟା ରେ ଏ ଅନୁଷ୍ଠାନ ଗଢି ଉଠିଛି ବୋଲି କହିଥିଲେ l ଉକ୍ତ ଅଂଚଳରୁ ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ମାର୍ଗ ର ଶିକ୍ଷାବିତ ଲାଲ ମୋହନ ବାରିକଙ୍କୁ କମିଟି ପକ୍ଷରୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ପରେ ପିକେ ଙ୍କ ଅରକେଷ୍ଟ୍ରା ମେଲୋଡି଼ ନାଇଟ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକ ଝୁମି ଉଠିଥିଲେ l କମିଟି କର୍ମକର୍ତ୍ତା ରାଜେନ୍ଦ୍ର ଦାସ,ଭରତ ଚନ୍ଦ୍ର ବାରିକ,କୃଷ୍ଣଚନ୍ଦ୍ର ବାରିକ,ପ୍ରମୋଦ ପାତ୍ର,ରତ୍ନାକର ବାରିକ,ଭୋଳାନାଥ ବାରିକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ . ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.