ପିପିଲି:-
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସୋମବାର ସନ୍ଧ୍ୟାରେ ପୁରୀ ଜିଲ୍ଲା ପିପିଲି ବ୍ଲକ ରୁପଦେଇପୁର ଗ୍ରାମ ପଞ୍ଚାୟତର ନାହାମଙ୍ଗ ପାଟଣା ଗ୍ରାମର ଭାର୍ଗବୀ ୟୁଥ୍ କ୍ଳବ୍ ପକ୍ଷରୁ ନବମ ବୋଇତ ବନ୍ଦାଣ ଉତ୍ସବ ମହା ସମାରହୋରେ ଉଦ୍ଘାଟିତ ହୋଇଯାଇଛି। ଭାର୍ଗବୀ ୟୁଥ୍ କ୍ଳବ୍ରର ସଭାପତି ଧନେଶ୍ଵର ବେହେରାଙ୍କ ସଭାପତିତ୍ବରେ ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ପିପିଲି - ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଶୀ ଯୁକ୍ତ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ଥିବା ବେଳେ , ସମ୍ମାନିତ ଅତିଥି ଭାବରେ ପିପିଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦେବସ୍ଵିନି ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସ୍ଵାଇଁ,କିଶୋର ଛୋଟରାୟ. ନାରାୟଣ ସ୍ୱାଇଁ.ନିମାପଡ଼ା ବ୍ଲକ ବ୍ଲକ ଉପାଧ୍ୟକ୍ଷା ଅନୁସୂୟା ମହାନ୍ତି,24 ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପିପିଲି ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ସେକ ବାବୁ, ଆର୍ତବନ୍ଧୁ ସାମନ୍ତରାୟ,ରୁପଦେଇପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରୀନା ମିଶ୍ର, ବଳଙ୍ଗା ସରପଞ୍ଚ ଅଞ୍ଜଳି ପ୍ରଧାନ ,ରିଜିଓନାଲ କଲେଜ ନିମାପଡ଼ା ଅଧ୍ୟକ୍ଷ ଶୀକାନ୍ତ ସାମନ୍ତରାୟ,ଜୟ ଶଙ୍କର ଯୋସି,ସମିତି ସଭ୍ୟ ରଘୁନାଥ ସାହୁ, ପ୍ରଭୃତି ଯୋଗଦାନ କରି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ବୋଇତ ବନ୍ଦାଣ କୁ ମନେପକାଇବା ପାଇଁ ଏହି ଉତ୍ସବର ମୁଳ ଲକ୍ଷ ଓ ଉଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅଞ୍ଚଳରେ ଶିକ୍ଷା,କଳା, ସଂସ୍କୃତି ରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତି ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ୟୁଥ୍ କ୍ଲବ୍ ର ସମ୍ପାଦକ ସନ୍ତୋଷ ବେହେରା, ସମସ୍ତ ସଭ୍ୟ ଓ ଗ୍ରାମବାସୀ ଙ୍କ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।ଓଡିଶି, ଛଉନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

