ସୁନ୍ଦରଗଡ :-
ରବିବାର ସକାଳ ୯ ଟା ସମୟରେ ଏନ୍ ଟି ପି ସି ଦର୍ଲିପାଲିର ଉତ୍କର୍ଷ ଭବନ ସମ୍ଭୁଖରେ ଜାତୀୟ ସମ୍ବିଧାନ ଦିବସ ଶୁଭ୍ରାଜ୍ୟୋତିନଗର ଟାଉନ ସିପ କରାଟେ ଛାତ୍ର ଛାତ୍ରୀଙ୍କ ସହିତ ପାଳନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ସି ଜି ଏମ ଅଜଇ କୁମାର ଟଣ୍ଡୋନ, ସମ୍ମାନିତ ଅତିଥି ଭାବେ ଜି ଏମ ପ୍ରୋଜେକ୍ଟ ବିଶାଳ ମାଥୁର, ଜି ଏମ ମେଣ୍ଟେନlନ୍ସ ସୁଭାଷ ଠାକୁର ଏବଂ ମୁଖ୍ୟ ଏଚ. ଆର. ପ୍ରତିଭା ସିଂହ ଯୋଗଦାନ କରି ଛୋଟ ଛୋଟ ଖେଳାଳୀ ମାନଙ୍କୁ ଉସ୍ୱାହିତ କରିଥିଲେ l ତାପରେ ହଲ ଭିତରେ କରାଟେ ଛାତ୍ର ଛାତ୍ରୀ ମାନଙ୍କ ୟେଲୋ ଗ୍ରେଡିଙ୍ଗ ପରୀକ୍ଷା ସହିତ ଟ୍ରେନିଂ ସେମିନାର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗିମlଳର ତରଫରୁ ଜୁନ ମାସରୁ ଅଭିଜ୍ଞ କୋଚ ମାନଙ୍କ ଦ୍ଵାରା ତାଲିମ ଦିଆଯାଉଥିଲା l ଗୋଷିନ କାନ କରାଟେ ଇଣ୍ଡିଆ - ଜୁନ ଗୋଜୁ କାଇ ର ମୂଖ୍ୟ ଝାଡ଼ଖଣ୍ଡ ରାଜ୍ୟର ପଞ୍ଚମ ଡ଼ନ ବ୍ଲlକ ବେଲ୍ଟ ସlହିନ ଭାସ୍କର ଗିରୀ ୟେଲ୍ଲୋ ବେଲ୍ଟ ପରୀକ୍ଷା ଦାୟିତ୍ଵ ତୁଲାଇଥିଲେ l ଏହି ଅନୁଷ୍ଠାନର ତୃତୀୟ ଡ଼ନ ବ୍ଲlକ ବେଲ୍ଟ ରାଜୀବ କେରକେଟା ମୂଖ୍ୟ ତାଲିମ ପ୍ରଦାନ କରିଥିଲେ, ତାଙ୍କୁ ଲିପ୍ସା ଷଡଙ୍ଗୀ , ସୋନାଲି ପଟେଲ ଓ ରାଜେଶ ମାଝୀ ସହଯୋଗ କରିଥିଲେ l ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନୈଶl ବର୍ମା, ଦିଭ୍ୟଂଶl ବର୍ମା, ନିହିରl ପଟେଲ, ହିତାଂଶ ପଟେଲ, ଗୋର୍ଭିକl ବର୍ମା, ସ୍ଵୀକ୍ରିତ ଅଥର୍ବ, ପ୍ରୀୟlଲତl ବେହେରା, ଅନୌମ୍ ଇରଫାନ ସିଦ୍ଦିକ୍ୱେ, ଆଇରା ଇରଫାନ ସିଦ୍ଦିକ୍ୱେ, ଶିଭାଂଶି ଚୌଧୁରୀ, ଆଧ୍ୟl ସୋନି, ଆଶ୍ଣl ଅର୍ୟନ, ଆରବ ଅର୍ୟନ, ରୁଚିକl ଗଭେଲ, ବlଳିରେଡ୍ଡୀ ଥେଜସ, ଦେବlଞ୍ଜଳି ଦାସ, ସାଇ ଶ୍ରୁଥିକl ଚେଭlକୁଳl, କlଶଭି ରାଣୀ, ଅୱିସ ପେରୱେଜ, ଅର୍ସନ ପେରୱେଜ, ଅକ୍ଷିତl ଯାଦବ ପରୀକ୍ଷା ଦେଇ ୟେଲ୍ଲୋ ବେଲ୍ଟ ସହିତ ସାର୍ଟିଫିକେଟ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ l ଦେୱାର କର୍ମକର୍ତ୍ତା ମାନଙ୍କ ପ୍ରଚେଷ୍ଟା ଦ୍ୱାରା ଛାତ୍ର ଛାତ୍ରୀ ମାନେ ତାଲିମ ପ୍ରଦାନ କରୁଥିଲେ l ଦେୱାର ସେକ୍ରେଟାରୀ ଜlକୋବ ଦେବବର୍ମlଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ସୁନ୍ଦରଗଡରୁ ସୁଶାନ୍ତ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ

