ଗୋପାଳପୁର:-
ତା 25.11.23 ରିଖ ରାମନାରାୟଣ ଉଛମଧ୍ୟମିକ ବିଦ୍ୟାଳୟ ରେ ଚାଲିଥିବା ତିନିଦିନ ବ୍ୟାପି ନୁଆଁ -ଓ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି. ଉକ୍ତ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜେଶ୍ୱରୀ ଦୋରା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା କ୍ଷତ୍ରରେ ସଫଳତା ଅର୍ଜନ ଉପଦେଶ ଦେଇଥିଲେ. ସାଂସଦ ଙ୍କ ପ୍ରତିନିଧି ଅଜିତ କୁମାର ଦାସ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ରାଗେଇଲୁଣ୍ଡା ବ୍ଲକ ର କ୍ରୀଡା ର ଉନ୍ନତି ପାଇଁ ପ୍ରତିଶୃତି ଦେଇଥିଲେ.55 ନମ୍ବର ଜ଼ିଲ୍ଲା ପରିଷଦ ସଦସ୍ୟା ତୋପୋଇ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ. ଯୁବ ସଂଗଠକ ରାମହରୀ ପାତ୍ର, ନରେଶ ଭାଇ, ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା,, ସମିତି ସଭ୍ୟ ଲକ୍ଷ୍ମୀ ସେଠି, ବିଜୟ ବେହେରା, ଓ ମଦନ ସେଠି, ପ୍ରମୁଖ ଯୋଗଦେଇଥିଲେ. ପ୍ରାରମ୍ଭରେ ଅଧ୍ୟାପକ ପ୍ରଶାନ୍ତ ପାତ୍ର ଅଥିତି ମାନଙ୍କ ପରିଚୟ ପ୍ରଦାନ କରିଥିଲେ. ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ଅଧ୍ୟକ୍ଷ ବିଧୁଭୂଷଣ ନାୟକ ପୌରାହିତ୍ୟ କରିଥିଲେ ଓ ଅଥିତି ଙ୍କ ନିକଟରେ ଖେଳ ପଡିଆ ର ଉନତି ପାଇଁ ଦାବି କରିଥିଲେ ଓ ଛାତ୍ରଛାତ୍ରୀ ମାନେ ଖେଳ ଦ୍ୱାରା ଶୃଙ୍ଖଳିତ ଜୀବନ ଯାପନ କରି ପାରିବେ ବୋଲି ଉପଦେଶ ଦେଇଥିଲେ. ଉକ୍ତ ସଭାରେ ବିଜୟୀ ହୋଇଥିବା ପ୍ରତିଯୋଗୀ ପୁରସ୍କୃତ କରାଯାଇଥିଲା. ଏହି ଆଡମ୍ବର ପୂର୍ଣ୍ଣ ଉତ୍ସବ କୁ ବରିଷ୍ଠ ଅଧ୍ୟାପକ. ଈଶ୍ୱରୀ ସାହୁ, କୃଷ୍ଣ ଚରଣ ପାଣିଗ୍ରାହି, ଡ଼ଃ କବିନ୍ଦ୍ର ସେଠି, ସୀତାରାମ ବିଷୋୟୀ, ଛାତ୍ର ପ୍ରତିନିଧି ଅଙ୍କିତା ପଣ୍ଡା, ସଚ୍ଚିତାନନ୍ଦ ବିଷୋୟୀ, ସମରାଜ ମଲ୍ଲିକ, ପରିଚାଳନା କରିଥିଲେ. ଅନ୍ୟମାନଙ୍କ ମଧ୍ୟ ରେ ପ୍ରାଧ୍ୟାପକ କୁରୁ ନାଥ ପାଢ଼ୀ, ଡ଼ଃ ହରିହର ମୁନି, ଡ଼ଃ ଗଗନ ବିହାରୀ ପୁରହିତ, ମମତା କୁମାରୀ ମିଶ୍ର, ସଂଯୁକ୍ତା ପଣ୍ଡା, ବାଳ ମୁକୁନ୍ଦ ପଟନାୟକ, E ସନ୍ତୋଷ, , ରତ୍ନାକର ସାମନ୍ତରାୟ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ. ପରିଶେଷରେ ଛାତ୍ର ଛାତ୍ରୀ ମାନେ ନାଚ ଗୀତ କରି ଖୁସି ହୋଇଥିଲେ! ରଙ୍ଗେଇଲୁଣ୍ଡା ରୁ କେ. ନୀଳକଣ୍ଠ ରେଡ୍ଡୀ ଙ୍କ ରିପୋର୍ଟ tro24ନିୟୁଜ

