Type Here to Get Search Results !

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ସମୀକ୍ଷା କଲେ ରାଜ୍ୟ ଖାଦ୍ୟ ଆୟୋଗ


ବଲାଙ୍ଗିର:-

 ତିନିଦିନିଆ ଗ୍ରସ୍ତର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ଯୋଜନା ର ସମୀକ୍ଷା କରିଛନ୍ତି  ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ । ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେଇଥିଲା । ଖାଦ୍ୟ ସାମଗ୍ରୀ ବିତରଣ , ମହିଳା ଏବଂ ଶିଶୁ କଲ୍ୟାଣ, ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ , ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗୁଡିକର ସମୀକ୍ଷା କରିବା ସହ ହିତାଧିକାରୀ କିପରି ନିଜର ହକ ରୁ ବଞ୍ଚିତ ନ ହେବେ ସେ ବିଷୟରେ ଅଧିକାରୀଙ୍କୁ ଯତ୍ନବାନ ହେବାକୁ କହିଥିଲେ  । ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ମିଳୁଥିବା ରାସନ  କିପରି ପିଡିଏସ ଗୁଡିକରେ ଆବଣ୍ଟିତ ହେଇପାରିବ ଏବଂ ଆଧାର କାର୍ଡ ଜନିତ ଅସୁବିଧା ନହେବ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ  । ଗୋଟିଏ ଦେଶ ଗୋଟିଏ ରାସନ ଦ୍ଵାରା ଜଣେ ବ୍ୟକ୍ତି କିପରି ଲାଭାନ୍ଵିତ ହେଇପାରିବ ତାର ପ୍ରଚାର କରେଇବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ସେହିପରି ଜିଲ୍ଲାର ସମସ୍ତ ୨୭୭୫ ଟି ଅଙ୍ଗନ ୱାଡି କେନ୍ଦ୍ର ଗୁଡିକରେ ଆୟରନ ଟାବଲେଟ ବଣ୍ଟନ କୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ  । କେନ୍ଦ୍ର ରେ ବିଦ୍ୟୁତ ଓ ଜଳ ଅସୁବିଧାକୁ ନେଇ କୌଣସି ସମସ୍ୟା ଥିଲେ ଶୀଘ୍ର ସମାଧାନ କରିବାକୁ କହିଥିଲେ  । ମମତା ଯୋଜନାରେ ମହିଳାଙ୍କୁ ଉଚିତ ସମୟରେ ଟଙ୍କା ପ୍ରଦାନ କରିବା କୁ ନିର୍ଦେଶ ଦେଇଥିଲେ  । ମଧ୍ୟାନ ଭୋଜନ ବାବଦରେ ୨୦୪୮ସ୍କୁଲ ରେ ୧୮୩୮୬୭ ଜଣ ଙ୍କୁ ମଧ୍ୟାନ ଭୋଜନ ଦିଆଯାଉଥିବା ବେଳେ ଖାଦ୍ୟର ମାନ ଏବଂ ଗୁଣବତ୍ତାକୁ ଧ୍ୟାନ ଦେବାକୁ କହିଥିଲେ  । ଆଶ୍ରମ ସ୍କୁଲ ଗୁଡିକରେ ମଶାରୀ , ପାଇଖାନା ତଥା ପରିବେଶ ଗୁଡିକ ଗୁରୁତ୍ଵ ଦେବାକୁ ନିର୍ଦେଶ ଦେଇଥିଲେ  ।  ସେ ବୁଲିଥିବା ସମସ୍ତ ଜିଲ୍ଲା ମଧ୍ୟରେ ବଲାଙ୍ଗିରର ପ୍ରଦର୍ଶନ ଖୁବ ଭଲ  ଏବଂ ଏହା ଜାରି ରଖିବାକୁ କହିଲେ  । ବିଦ୍ୟାଳୟର ଭିତ୍ତିଭୂମିକୁ ସାମଗ୍ରିକ ଭାବରେ ଯୋଜନା ଏବଂ ବ୍ୟବହାର କରିବାର ଉପାୟ ବାଲା ମଡେଲ ର ଅଙ୍ଗନୱାଡି କରିବାକୁ ଜାଗା ସହିତ ପ୍ରସ୍ତାବ ଦେବାକୁ ପରିଷଦର ସଦସ୍ୟଙ୍କୁ କହିଥିଲେ  ।   ବୈଠକରେ ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନୁପମ ହୋତା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ , ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ, ଡାକ୍ତର (ପରିବାର କଲ୍ୟାଣ) ସୁଧା ବାର୍ଲା, ମୁଖ୍ୟ ଶିକ୍ଷାଧିକାରୀ ଶ୍ରୀ ଧୃବ ଚରଣ ବେହେରା , ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ, ବ୍ଲକ ଉନ୍ନୟନ ଅଧିକାରୀ ଶରତ ସେଠୀ ତଥା ପଞ୍ଚାୟତିରାଜ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ  ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ |

Post a Comment

0 Comments
* Please Don't Spam Here. All the Comments are Reviewed by Admin.