Type Here to Get Search Results !

ଯୁବ ବିକାଶ କାର୍ଯ୍ୟ କ୍ରମ ର ଉଦଘାଟନ ଉତ୍ସବ

 


 ପିପିଲି:-

ପିପିଲି ଅଧିନ ବଳଙ୍ଗା ମହାବିଦ୍ୟାଳୟ ଦୟାନିଧି ବିହାର ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସମନ୍ଵିତ ଯୁବ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଅନୁସୂୟା ମହାନ୍ତି, ପରିଚାଳନା ପରିଷଦ ସଭାପତି ରାଜକିଶୋର ରଥ, ଅଧ୍ୟକ୍ଷ ପ୍ରଭାତ କୁମାର ସାହୁ, ସରପଞ୍ଚ ଅଞ୍ଜଳି ପ୍ରଧାନ, ସୁରେଶ ଚନ୍ଦ୍ର ମଙ୍ଗରାଜ, ପ୍ରଫୁଲ୍ଲ କୁମାର ସ୍ଵାଇଁ, ସମିତି ସଭ୍ୟ ଦୁର୍ଗା ପ୍ରସାଦ ପ୍ରଧାନ,, ସମାଜ ସେବୀ ଋତୁରାଜ ମହାନ୍ତି, ଅତିଥି ଭାବରେ ଯୋଗଦେଇ କାର୍ଯ୍ୟ କ୍ରମ ର ଲକ୍ଷ ଓ ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ଉପାଧ୍ୟକ୍ଷ ହରମୋହନ ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଶୋକ ସୁବୁଦ୍ଧି ଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଛାତ୍ରଛାତ୍ରୀ କାର୍ଯ୍ୟ କ୍ରମ ପରିଚାଳନା ରେ ସାମିଲ ହୋଇ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.