ବାସୁଦେବ ପୁର :-
ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ବାସୁଦେବପୁର ବିଜେପି ଦଳ ତରଫରୁ ବାସୁଦେବ ପୁର ବ୍ଲକ ଘେରାଉ କରିଥିଲେ, ବାସୁଦେବ ପୁର ନିର୍ବାଚନୀ ମଣ୍ଡଳୀ ରୁ ଶତାଧିକ ନେତା ଓ କର୍ମୀ ଓ ମା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବାସୁଦେବ ପୁର ନୀଳମଣି ଟାଉନ ହଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବାସୁଦେବ ପୁର ବଜାର ପରିଭ୍ରମଣ କରି ବାସୁଦେବ ପୁର ବ୍ଲକ ଅଫିସ ନିକଟରେ ରେ ପହଁଚିଥିଲେ ।ପରେ ସେଠାରେ ଏକ ସଭାରେ ଆୟୋଜିତ ହୋଇଥିଲା,ସଭାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ ବିଜେପି ନେତା ମାନେ ,ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ପ୍ରଧାମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ବାର୍ଦ୍ଧକ୍ୟ ଭତ୍ତା, ଚୋରା ଖଣିଖାଦାନ , ଗଣ ଦୁଷ୍କର୍ମ , ରାସନ ଚାଉଳ ପାଇଁ କେନ୍ଦ୍ର ସରକାର ୩୨ଟଙ୍କା ଦେଉ ଥିବା ବେଳେ ରାଜ୍ୟ ସରକାର ରାସନ କାର୍ଡ ଧାରିଙ୍କୁ୧୪ ଟଙ୍କା ଚାଉଳ ଦେଉଛନ୍ତି, ଆଦି ସବୁ କ୍ଷେତ୍ରରେ ବାଟମାରଣା ଓ ଲାଞ୍ଚ କାରବାର ଚାଲିଥିବା ବେଳେ ସରକାର ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଥିଲେ ବିଜେପି ନେତା ମାନେ। କଥାରେ ଅଛି ରାଧେ ରାଧେ ତମର ଅଧକୁ ଆମର ଅଧେ ବୋଲି ଅଭୀଭାଷଣରେ ନେତା ମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବିଜେପି ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଗୋଲକ ପ୍ରସାଦ ମହାପାତ୍ର, ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ନିର୍ବାଚନୀ ମଣ୍ଡଳୀ ନେତା ଶ୍ରୀଯୁକ୍ତ ମାଧବନନ୍ଦ ମଲ୍ଲିକ, ପୁର୍ବତନ ବିଧାନସଭା ନେତା ଶ୍ରୀଯୁକ୍ତ ଅଶୋକ ସାହୁ,ବରିଷ୍ଠ ନେତା ଦୀନବନ୍ଧୁ ପତି, ଯୁବ ନେତା ମନୋଜ କୁମାର ନାୟକ, ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ,ମାନସ କୁମାର ସାହୁ,ବିଜେପି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଉଦୟ ନାରାୟଣ ମଲ୍ଲିକ, ଯୁବ ନେତା ସବ୍ୟସାଚି ମହଲା, , ତପଶ୍ୱନି ମହାପାତ୍ର, ରାଜଘର ପୋଖରି ସରପଞ୍ଚ ଅରୁଣ କୁମାର ମହାନ୍ତି, ବାସୁଦେବ ପୁର ପୌରପାଳିକା କାଉନସିଲର ଶ୍ରୀମତୀ ଗୌରୀ ବେହେରା, ଅରଣ୍ଡୁଆ ସରପଞ୍ଚ ଶ୍ରୀମତୀ ନିରୁପମା ନାୟକ,ଅରଣ୍ଡୁଆ ସରପଞ୍ଚ ଙ୍କ ପ୍ରତିନିଧି ମୁକ୍ତିକାନ୍ତ ନାୟକ, ଜିଲ୍ଲା ସମ୍ପାଦକ ସ୍ମୃତିରଞ୍ଜନ ନାୟକ, ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ସଚିନ ଆଚାର୍ଯ୍ୟ,ରାଜ୍ୟ ବୁଦ୍ଧିଜୀବି ସେଲ୍ ସହ ସଂଯୋଜୋକ ଡକ୍ଟର ପ୍ରତାପ କୁମାର ନାୟକ, ମଧୁସୂଦନ ପାଢ଼ୀ, ଗଦାଧର ପଲାଇ, ଭଗବାନ ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ତାଜୁ ଖାଁ, କୌଳାସ ପଣ୍ଡା, ଦୁଷ୍ମନ୍ତ ମଲ୍ଲିକ,ବିବୃତି ପାଣିଗ୍ରାହୀ, ବିମ୍ବା ଜେନା, ଜଗବନ୍ଧୁ ଦାସ, ଡକ୍ଟର ଉମାକାନ୍ତ ଖୁଣ୍ଟିଆ, ସୁବାଷ ଚନ୍ଦ୍ର ପ୍ରଧାନ, ଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍

