Type Here to Get Search Results !

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ



ଢେଙ୍କାନାଳ :-

 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗ୍ରାମର ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏକ ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ୫୩ ନଂ ଜାତୀୟ ରାଜପଥ ଦେଇ କାମାକ୍ଷାନଗର ପଟରୁ ଭୁବନ ଆଡ଼କୁ  ଭୁଲ ରାସ୍ତା ରେ ଯାଉଥିବା ଏକ ଅଜଣା ଗାଡ଼ି କୋରିଆପାଳ ଗ୍ରାମ ର ନରୋତମ ସାହୁ ଙ୍କ ଏକ ମାତ୍ର ପୁଅ ବାପୁନି ସାହୁ (୨୭) କୌଣସି ଏକ କାମ ରେ ଏକ ବୁଲେଟ  ଯୋଗେ କାମାକ୍ଷାନଗର ପଟକୁ ଆସୁଥିବା ବେଳେ କାଲି ରାତିରେ  ଏକ ଅଜଣା ଗାଡ଼ି ସହ ଧକ୍କା ହୋଇଥିଲା । ବାପୁନି ଅଚେତ୍ ଅବସ୍ଥା ରେ ପଡ଼ିଥିବା ବେଳେ  ସ୍ଥାନୀୟ ଲୋକଙ୍କ ସହାୟତା ରେ ଏବଂ କାମାକ୍ଷାନଗର ପୋଲିସ ଭ୍ୟାନ ସହଯୋଗ ରେ ନିକଟସ୍ତ  କାମାକ୍ଷାନଗର ଡାକ୍ତରଖାନା ରେ ପହଞ୍ଚାଇ ଥିଲେ। ବାପୁନି ଙ୍କ ଅବସ୍ଥା ଗୁରୁତର  ଥିବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରିଥିବା ବେଳେ ବାଟରେ  ତାଙ୍କର ମୃତ୍ୟୁ  ହୋଇଯାଇଛି । ବାପୁନି ଙ୍କ ମୃତ୍ୟୁ ରେ ପରିବାର ଏବଂ ଗ୍ରାମ ବାସୀ ଶୋକାକୁଳ ସୃଷ୍ଟି ହୋଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.