Type Here to Get Search Results !

ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ. ଆକ୍ରମଣ କାରିକୁ ଗିରଫ କରି କୋର୍ଟ ଚାଲାଣ କଲା ବଳଙ୍ଗା ପୋଲିସ

 


   ପିପିଲି:-

ପାରିବାରିକ କଳହକୁ ନେଇ ହୋଇଛି ଉଗ୍ରରୂପ. ଏହି ଉଗ୍ରରୂପ ଏଭଳି ଧାରଣା କରି ଅଛି ଯେ ଶେଷରେ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରାଯାଇ ଜଣେ ବ୍ୟକ୍ତିଙ୍କ ଗୋଡ଼ ଦୁଇ ଗଡ଼ ହୋଇ ଅଛି. ଆକ୍ରମଣରେ ଶିକାର ହୋଇଥିବା ଆହତ ଜଣକ ସରକାରୀ ଡାକ୍ତର ଖାନାରେ ଚିକିଛା ହେଉଥିବା ବେଳେ ସେପଟେ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରି ଯୁବକକୁ ଗିରଫ କରିଅଛି. ଗିରଫ ବ୍ୟକ୍ତି ଜଣକ ହେଉ ଛନ୍ତି ପିପିଲି ବ୍ଲକ ରଥପୁରୁଷୋତ୍ତମପୁର ପଞ୍ଚାୟତ ନୂଆହାଟ ଗ୍ରାମର ବ୍ରଜବନ୍ଧୁ ସାହୁଙ୍କ ପୁଅ ପ୍ରଦିପ ସାହୁ (34) ବୋଲି ଜାଣିବାକୁ ମିଳିଅଛି. ସୂଚନା ଅନୁଯାୟୀ ନୂଆହାଟ ଗ୍ରାମର କୁମର ସାହୁଙ୍କ ସହିତ ବ୍ରଜବନ୍ଧୁ ସାହୁଙ୍କ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିବା ବେଳେ ଏବେ ସେହି କଳହ 4/5 ଦିନ ହେବ ଜୋରରେ ଲାଗି ରହିଥିଲା. ଶନିବାର ଦିନ କୁମର ସାହୁ ନିଜ ଘର ବାରଣ୍ଡାରେ ଠିଆ ହୋଇ ଥିବା ବେଳେ ସେହି ସମୟରେ ପ୍ରଦିପ ସାହୁ ଏକ ଲୁହା ରଡ଼ ଧରି ଅଶୀଳ ଭାଷାରେ ଗାଳି ଗୁଲଜ କରି ସେହି ଲୁହା ରଡ଼ ଯୋଗେ କୁମର ସାହୁଙ୍କ ଗୋଡ଼କୁ ଆକ୍ରମଣ କରିଥିଲା ସେହି ଆକ୍ରମଣରେ କୁମରଙ୍କ ଗୋଡ଼ ଦୁଇ ଖଣ୍ଡ ହୋଇ ଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନା ପଠା ଯାଇଥିଲା. ଖବର ପାଇ ବଳଙ୍ଗା ପୋଲିସ ପହଞ୍ଚି ଆକ୍ରମଣ କାରି ପ୍ରଦିପକୁ ଗିରଫ କରି ଥାନାକୁ ଆଣିଥିଲା. ଏନେଇ ବଳଙ୍ଗା ଥାନାରେ କୁମରଙ୍କ ପୁଅ କାର୍ତ୍ତିକେଶ୍ୱର ସାହୁ (22) ଥାନାରେ ଲିଖିତ ଅଭିଯୋଗ କରିବାରେ ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଅଭିଯୋଗକୁ ଆଧାର କରି ବଳଙ୍ଗା ଥାନା କେଶ ନଂ 250/23 ଦଫା -341.323.294.325.506.34 ରେ ମାମଲା ଆଗତ କରି ଏହି ଘଟଣାର ତଦନ୍ତ ଦାଇତ୍ୱ ନିଜେ ହାତକୁ ନେଇ ତଦନ୍ତ ଚଳାଇ ବ୍ୟବହାର ଲୁହା ରଡ଼କୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି ନିମାପଡା କୋର୍ଟକୁ  ରବିବାର ଦିନ ପଠାଇ ଛନ୍ତି.

Post a Comment

0 Comments
* Please Don't Spam Here. All the Comments are Reviewed by Admin.