ଭୁବନେଶ୍ୱର :-
ପୂର୍ବତନ 5T ସଚିବ ତଥା 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ଆଜି ସକାଳେ ବିଭିନ୍ନ ବିଜେଡି ନେତାଙ୍କ ଗହଣରେ ପାଣ୍ଡିଆନ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ଭେଟି ବିଜେଡି ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ଯେପରି ଅପରାଜିତା ଷଢଙ୍ଗୀ, ଅଶ୍ୱିନ ବୈଷ୍ଣବ ପ୍ରଶାସନ ସେବା ଛାଡି ବିଜେପି ରେ ସାମିଲ ହୋଇଥିଲେ ସେଇଭଳି ଆଜି ପାଣ୍ଡିଆନ ଙ୍କ ବିଜେଡି କୁ ଲମ୍ଫ ମାରିବା ଆଗାମୀ 2024 ନିର୍ବାଚନ ମାହୋଲ କୁ ସରଗରମ କରିଛି। ତେବେ ଏହା ପୂର୍ବରୁ 5T ସଚିବ
ଥିବାବେଳେ ଓଡିଶା ର ବିଭିନ୍ନ ସ୍ଥାନକୁ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଯାଇଥିବା ସମୟରେ ହିଁ ବିଜେଡି ରେ ସାମିଲ ହେବା ବିସ୍ଲେସଣ କରିଥିଲେ ରାଜନୀତିଜ୍ଞ। ବ୍ୟୁରୋ ରିପୋର୍ଟ

