ଭଦ୍ରକ:-
ମଣିଷ ଯାହା ଚାହେଁ ତାହା ହୁଏ ନାହିଁ ମାତ୍ର ସର୍ବଶକ୍ତିମାନ ପରେମଶ୍ବର ଭଗବାନଙ୍କର ଯାହା ଇଚ୍ଛା ଥାଏ ତାହା ହିଁ ହୁଏ। ସେହିପରି ଭଗବାନଙ୍କ ପ୍ରତ୍ୟକ୍ଷ କ୍ରୁପା ଲାଭ ପୂର୍ବକ ସହସ୍ର ପୁସ୍ତକ ରଚନା କରି ବିଶ୍ବ ସାହିତ୍ୟ ଜଗତରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବିରଳ ପ୍ରତିଭା ହେଉଛନ୍ତି ପଣ୍ଡିତ ଦୈତ୍ଯାରି ମହାପାତ୍ର। ଯିଏକି ଜନମାନସରେ "ଶିବବାବା" ନାମରେ ସୁପରିଚିତ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁର ଏକ ଗରିବ ବ୍ରାହ୍ମଣ ପରିବାରରେ ୧୯୭୩ ମସିହାରେ ସେ ଜନ୍ମ ଲାଭ କରିଥିଲେ। ପିଲାଟି ବେଳରୁ ତାଙ୍କର ଅଲୌକିକ କାର୍ଯ୍ୟଶୈଳୀ ପରିବାର ଏବ ଅନ୍ୟମାନଙ୍କୁ ଆଶ୍ଚର୍ୟ୍ଯ ଚକିତ କରିଥିଲା।ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କର ଗୁଣ ଗାରିମା ପିଲାଟିଦିନରୁ ବିକଶିତ ହୋଇଥିଲା । ସ୍କୁଲ ଶିକ୍ଷା ସମାପ୍ତ ପରେ ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟରୁ ବିଏ ପାସ କରି ଉଚ୍ଚଶିକ୍ଷା ଲାଭ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ଏକାଧିକ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ ଏହି ପ୍ରତିଭାଧର ବ୍ୟକ୍ତିତ୍ୱଙ୍କ ନିକଟରେ ଆଧ୍ଯାତ୍ମିକତା, ତ୍ୟାଗ,ବିଦବତ୍ତା ଓ ସେବା ମନୋଭାବର ଅପୂର୍ବ ସମନ୍ବୟ ଘଟିଛି। ଜଣେ ପ୍ରବଚକ, ଶିକ୍ଷାବିତ୍, ଗବେଷକ, କବି, ଲେଖକ, ନାଟ୍ୟକାର, ସ୍ତମ୍ଭକାର, ସାମ୍ବାଦିକ,ସଂସ୍କାରକ,ଜ୍ୟୋତିର୍ବିତ ତଥା ସାରସ୍ୱତ ସାଧକ ଭାବେ ତାଙ୍କର ବହୁ ସୁନାମ ରହିଛି। ସଂସାରର଼ ମୋହ ମାୟା ସବୁକିଛିକୁ ଛାଡି ସେ ଚାଲିଯାଇଥିଲେ ହିମାଳୟ ଇଶ୍ୱରୀୟ ସତ୍ତା ଖୋଜି ଦେବାଧିଦେବଙ୍କ ସରଣରେ ନିଜକୁ ସମର୍ପି ଦେଲେ । ସେହି ଦେବ ଦେବ ମହାଦେବ ଙ୍କ ଅପାର ଆଶୀର୍ବାଦରୁ 3000 ହଜାର ରୁ ଅଧିକ ପୁସ୍ତକର ସେ ସ୍ରଷ୍ଟା । ତାଙ୍କ ରଚିତ ସମସ୍ତ ପୁସ୍ତକ ବହୁ ନାମୀ ଦାମୀ ପ୍ରକାଶକଙ୍କ ଦ୍ଵାରା ପ୍ରକାଶ ପାଇବା ସହିତ ଅଧିକାଂଶ ଗ୍ରନ୍ଥ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜା ରାମମୋହନ ଦ୍ବାରା ସିଲେକ୍ଟ କରାଯାଇ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ପାଠାଗାର ମାନଙ୍କରେ ସ୍ଥାନ ପାଇଛି।
ଏହି ଏୈକାନ୍ତିକ ଇଶ୍ବରପ୍ରାଣ ଦେବାଧିଦେବ ମହାଦେବଙ୍କ ଅପାର କରୁଣା ଓ ପ୍ରତ୍ୟକ୍ଷ ଆଶୀର୍ବାଦ ଲାଭ କରି ଦୀର୍ଘ ୨୪ ବର୍ଷର ସାଧନା ପ୍ରସୂତ "ଶୈବ ରସାମୃତ" ରଚନା କରିଛନ୍ତି।ଏହା ନବାକ୍ଷରୀ ଛନ୍ଦରେ ୫ ହଜାର ପ୍ରୁଷ୍ଠା ସମ୍ବଳିତ ୧୫ ଖଣ୍ଡରେ ଆବଦ୍ଧ। ଏଥିରେ ୧ଲକ୍ଷ ୭୨ ହଜାର ୭ସହ ୨୨ ଗୋଟି ପଦ ସ୍ଥାନ ପାଇଛି। ସମଗ୍ର ସାହିତ୍ୟ ଜଗତରେ ଏହା ଏକ ଅନନ୍ୟ ବିରଳ ତଥା ସର୍ବ ବ୍ରୁହତ ମହାଗ୍ରନ୍ଥ।ଶୈବ ଉପାସକ ତଥା ଆଧ୍ଯାତ୍ମିକ ବାଦୀ ଭକ୍ତମାନଙ୍କ ପାଇଁ ଏହା ଏକ ଅତ୍ଯନ୍ତ ଉପାଦେୟ ପୁସ୍ତକ।
ତାଙ୍କ ରଚିତ ପ୍ରାୟ ସମସ୍ତ ଲେଖା ସମାଜର ସବୁ ବର୍ଗକୁ ନେଇ ସ୍ରୁଷ୍ଟି ।ଇତିହାସ,ପୁରାଣ,ଧର୍ମ,ଦର୍ଶନ,ଶିଶୁସାହିତ୍ୟ,ବିଜ୍ଞାନ,ସଂସ୍କୃତି, ସଂସ୍କାର, ଗଳ୍ପ, ପ୍ରବନ୍ଧ, ଜୀବନୀ,ନୀଟକ, ଭଜନ, ନାରୀ ସଶକ୍ତୀକରଣ, ଶିକ୍ଷା ଆଦି ପ୍ରତ୍ୟେକ ସ୍ତରରେ ତାଙ୍କ ଲେଖା ଦେଖିବାକୁ ମିଳେ ।ସେଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ବଡ ବଡ ସଂଗଠନ ଦ୍ବାରା ସେ ପୁରସ୍କୃତ ହୋଇଛନ୍ତି । ଏତେ କମ ସମୟ ଭିତରେ ଏତେ ଗୁଡିଏ ପୁସ୍ତକ ଲେଖିବା ଅସମ୍ଭବ ଭଳି ଲାଗୁଥିଲେ ବି ଦେବ ଦେବ ମହାଦେବଙ୍କ ଆଶୀର୍ବାଦ ରୁ ଏହା ସମ୍ଭବ ହୋଇଛି । ଏଭଳି ବିରଳ ପ୍ରତିଭା ସାରା ପୃଥିବୀରେ ଅନନ୍ୟ । ହିମାଳୟର ଥିଲାବେଳେ ସନାତନ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ରେ ସାରା ଭାରତ ଭ୍ରମଣ କରିଥିଲେ । ମାତ୍ର ଏକ ମାସ ଭିତରେ ସମ୍ପୂର୍ଣ୍ଣ ତଥ୍ୟ ଭିତ୍ତିକ ୩୦୦ ପ୍ରୁଷ୍ଠା ସମ୍ବଳିତ "କଳିଙ୍ଗ କନ୍ୟା ଦ୍ରୌପଦୀ ମୁର୍ମୁ" ନାମକ ପୁସ୍ତକ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଉପରେ ଭାରତର ପ୍ରଥମ ଉପାଦେୟ ପୁସ୍ତକ ରଚନା କରି ତାହା ପ୍ରକାଶ ପାଇ ସାରିଛି । ଏତେ କମ ଦିନରେ ମହାମହିମ ରାଷ୍ଟ୍ରପତିଙ୍କ ଉପରେ ପୁସ୍ତକ ଲେଖି ସମଗ୍ର ଭାରତରେ ସେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସ୍ରୁଷ୍ଟି କରିଛନ୍ତି। ମହାମହିମ ରାଷ୍ଟ୍ର ପତିଙ୍କୁ ତାଙ୍କ ବାସଭବନରେ ଭେଟି ଉକ୍ତ ପୁସ୍ତକଟିକୁ ପ୍ରଦାନ କରିଛନ୍ତି । ଏଭଳି ବିରଳ ପ୍ରତିଭା ବାସ୍ତବରେ ଅନନ୍ୟ ।
ଭଦ୍ରକ ରୁ ସେଖ ଅବଦୁଲ ଫିତରଙ୍କ ରିପୋର୍ଟ


Extraordinary genius of the century.
ReplyDeleteWe feel immensely proud of Pandit Mahapatra 🙏