Type Here to Get Search Results !

ଭୟାବହ ବସ୍‌ ଦୁର୍ଘଟଣା : ଜଣେ ମୃତ, ୧୫ ଆହତ

 


ଅନୁଗୋଳ 

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଭୟାବହ ଧକ୍କା ହେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ହଣ୍ଡପା ଥାନା ଅଧୀନ ବାଇନ୍ଧା ଅଞ୍ଚଳର ଲୁହାମୁଣ୍ଡା ନିକଟରେ ଘଟିଛି।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ଦିଲଖୁସ୍’ ନାମକ ଯାତ୍ରୀବାହୀ ବସ୍‌ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍‌ର ଆଗ ଅଂଶ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ଗୁରୁତର ଆହତ ୧୪ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥିତ SCB Medical College and Hospital କୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଯୋଗୁଁ କିଛି ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.