ଗଞ୍ଜାମ :-
୨୦୨୩ ମାର୍ଚ୍ଚ ୧୬ତାରିଖ ସନ୍ଧ୍ୟାରେ ପୁକୁଡ଼ିବନ୍ଧ ଜଙ୍କସନ ନିକଟରେ ଡ୍ରାଇଭର ମହାସଂଘର ବିଭିନ୍ନ ଦାବିରେ ଧାରଣା ଦିଆଯାଇଥିଲା । ଏହି ସମୟରେ ଡ୍ରାଇଭରମାନେ ପୁଲିସକୁ ଆକ୍ରମଣ କରିଥିଲେ ।ଯାହାଫଳରେ ୧୦ରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀ ଓ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ।ଏହି ଘଟଣାରେ ଚମାଖଣ୍ଡି ଓ ଗୋପାଳପୁର ଥାନା ପୁଲିସ ୫୭ଜଣଙ୍କୁ ଗିରଫ କରିଥିଲା । ଗୋପାଳପୁରରେ ୨୯ ଗିରଫ ହୋଇଥିବା ବେଳେ ଚମାଖଣ୍ଡିରେ ୨୮ଜଣ ଗିରଫ ହୋଇଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ଗଞ୍ଜାମ ଜିଲ୍ଲା ଡ୍ରାଇଭର ସଂଘ ସଭାପତି ବାବୁ ଖାନ୍ ଫେରାର ରହିଲେ । ଗତକାଲି ଗୋପାଳପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇଁ ବାବୁ ଓରଫ ଶାବୁଦ୍ଦିନ ଖାନକୁ ତାଙ୍କ ଘରୁ ଗିରଫ କରାଯାଇଥିବା ନେଇ ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ଓ ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ରୁ ଆଶିଷ ରାଓଙ୍କ ରିପୋର୍ଟ

