ପିପିଲି :-
ଆଜି ଅପରାହ୍ନ ସମୟରେ ଜାତୀୟ ରାଜପଥ ସାତଶଙ୍ଖ ଠାରେ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ମାନେ ଚିକିତ୍ସା ପାଇଁ ସାକ୍ଷୀଗୋପାଳ ସରକାରୀ ଡାକ୍ତର ଖାନାକୁ ପଠାଇଥିବା ବେଳେ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜାଣିବାକୁ ମିଳିଅଛି। ଆହତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନଥିବା ଜଣା ମଧ୍ୟ ପଡ଼ିଅଛି। ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ପୁରୀରୁ ବସ ଯୋଗେ ଆସି ସାତଶଙ୍ଖ ବଜାର ବସ ଷ୍ଟାଣ୍ଡରେ ଓଲ୍ଲାଇ ରାସ୍ତାର ଅପର ପାର୍ଶ୍ଵକୁ ଚାଲିକରି ଯାଉଥିବା ବେଳେ ସେହି ସମୟରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଏକ କାର ଆସି ଧକ୍କା ଦେଇଥିଲା। ସେହି ଧକ୍କାରେ ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଗାଡ଼ି ଘଟଣା ସ୍ଥଳରୁ ପଳାଇ ଯାଇ ଅଛି। ପିପିଲି ରୁ ଦିବାକର ପ୍ରଧାନଙ୍କ ରିପୋର୍ଟ

