ଭଦ୍ରକ :-
19 ତମ ସର୍ବଭାରତୀୟ BSNL ଲନ ଟେନିସ ପ୍ରତିଯୋଗିତା ରେ ଭଦ୍ରକ ର ଏସ ଏସ ଦାସ ଅଧିକାରୀ ଚମ୍ପିୟାନ ହୋଇଛନ୍ତି । ସଦ୍ୟ ଭୋପାଳର TANTIA ଟୋପେ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା 19ତମ ସର୍ବଭାରତୀୟ BSNL ଲନ ଟେନିସ ପ୍ରତିଯୋଗିତା ରେ ଭଦ୍ରକର ଏସ ଏସ ଦାସ ଅଧିକାରୀ ଚାମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ପୁରୁଷ ସିଂଗିଲ ବିଭାଗରେ ଶ୍ରୀଯୁକ୍ତ ଦାସ ଅଧିକାରୀ ପଞ୍ଝାବ ର 10 ବର୍ଷର ଚାମ୍ପିୟାନ ରାଜୀବ କାପୁରଙ୍କୁ ପୁରୁଷ ସିଙ୍ଗଲ ଫାଇନାଲ ମ୍ୟାଚରେ କାପୁର ଙ୍କୁ 6-1-0-6 ଏବଂ 10-4 ସେଟରେ ପରାସ୍ତ କରିଥିଲେ । ପ୍ରକାଶ ଯେ ଶ୍ରୀ ଦାସ ଅଧିକାରୀ ଭଦ୍ରକ ଜିଲ୍ଲା ସ୍କୁଲର ପୂର୍ବତନ ସୁନାମ ଧନ୍ୟ ଶିକ୍ଷକ ତୁଳସୀ ଦାସ ଅଧିକାରୀଙ୍କ ସୁପୁତ୍ର ଅଟନ୍ତି, ଓ ଓଡିଶା ସର୍କଲ BSNL ବିଭାଗରେ DGM ରୂପେ ଅବସ୍ଥାପିତ ଅଟନ୍ତି । ଏହି ଟୋର୍ନାମେଣ୍ଟର ଫାଇନାଲ ମ୍ୟାଚ ରେ ମଧ୍ୟ ପ୍ରଦେଶ BSNL CGM ମୁଖ୍ୟ ଅତିଥି ରୂପେ ପୁରଷ୍କାର ପ୍ରଦାନ କରିଥିଲେ । ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

