Type Here to Get Search Results !

ଅର୍ଚ୍ଚନାଙ୍କ ଲିଙ୍କରେ ବଲାଙ୍ଗିରର ସୁନା ବ୍ୟବସାୟୀ !


ବଲାଙ୍ଗିର :-

ବଲାଙ୍ଗିର ରେ ବଢ଼ୁଛି ଲେଡି ବ୍ଲାକମେଲର ଚର୍ଚ୍ଚିତ ଅର୍ଚ୍ଚନାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା । ଅର୍ଚ୍ଚନା ଗିରଫ ହେବା ପରେ ଅନେକ ଚେହେରା ସାମ୍ନାକୁ ଆସୁଛନ୍ତି । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ପୂର୍ବରୁ ଭାଇରାଲ ହୋଇଥିଲା । ଅର୍ଚ୍ଚନା କେଭି ଓ ସାଂସଦ ପତ୍ନୀଙ୍କ ନାଁରେ କ୍ୟାପିଟେଲ ଥାନାରେ ଏତଲା ଦେଇଥିବା ଜଣାପଡିଥିଲା । ହେଲେ ଏବେ ବଲାଙ୍ଗୀର ଆଉ ଜଣେ ବ୍ୟକ୍ତିଙ୍କ ନାଁ ଅର୍ଚ୍ଚନାଙ୍କ ସହ ଯୋଡି ହୋଇଛି । ଚର୍ଚ୍ଚାର ପରିଧିକୁ ବଲାଙ୍ଗିରର ଜଣେ ସୁନା ବ୍ୟବସାୟୀ ନାଁ ଆସିଛନ୍ତି ।

ସୁନା ବ୍ୟବସାୟକୁ ସଂପ୍ରସାରିତ କରୁଥିବା ବ୍ୟବସାୟୀ ଅର୍ଚ୍ଚନାଙ୍କ ଜାଲରେ ପଡିଥିବା ଆଲୋଚନା ହେଉଛି । ଅର୍ଚ୍ଚନା ପିନ୍ଧୁଥିବା ସୁନା ହାର ସହ ଅର୍ଚ୍ଚନାଙ୍କ ଘରେ ଥିବା ବିଳାସମୟ ସୋଫା ବ୍ୟବସାୟୀ ଜଣକ ଉପହାର ଦେଇଥିବା ସୂଚନା ମିଳିଛି । ନାରୀ ପ୍ରେମୀ ସୁନା ବ୍ୟବସାୟୀ ଜଣଙ୍କ ବେଶ ସଉକିଆ ମିଜାଜ୍‌ର । ଏହାର ସତ୍ୟତା ପୁଲିସ ଖୋଳତାଡ କଲେ ବ୍ୟବସାୟୀଙ୍କ ଗୁମର ଖୋଲିବ ବୋଲି ନିକଟତମ ସୂତ୍ରରୁ ଜଣାପଡିଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.