Type Here to Get Search Results !

ଏରସମା ତହସିଲଦାରଙ୍କ ଆସନ୍ତାକାଲି ଠାରୁ ଚାଷୀକୁ ଗତବର୍ଷ ଧୋଇର କ୍ଷତିପୂରଣ ପ୍ରଦାନ ପ୍ରତିଶୃତି ପରେ କୃଷକ ସଭାର ଆମରଣ ଅନଶନ ସ୍ଥଗିତ

 


ଏରସମା :-

 ଗତବର୍ଷ ସେପ୍ଟେମ୍ବର 13 ରୁ ଲଘୁଚାପଜନିତ ପ୍ରଳୟଙ୍କାରୀ ଓ ମୂଷାଳଧାରାରେ ବର୍ଷା ଫଳରେ ଏରସମା ବ୍ଲକ ଜଳବନ୍ଦୀରେ ରହିଲା । ମୁଖ୍ୟ ରାସ୍ତାଗୁଡିକ ଉପରେ ପାଣି ସୁଅ ଚାଲିଲା । ମଣିଷର ଜୀବିକା ସମ୍ପୂର୍ଣ୍ଣ ଭାବେ ଉଜୁଡି ଗଲା । ଧାନ ଫସଲ ପଚିସଢ଼ି ପାଣିରେ ଭାସିଲା । ଧାନ ଚାଷ କାମ ଶେଷ ହୋଇ ସାରିଥିଲା । ଚାଷୀ ଧାନ ଅମଳ କରିଥାନ୍ତା । ଚାଷ ଧୋଇଗଲାପରେ ଚାଷୀ ନିସ୍ବ ହୋଇଗଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାରମ୍ବାର ଚାଷୀ ମାନଙ୍କ ଆନ୍ଦୋଳନ ଓ ଦାବୀ ସତ୍ୱେ ଚାଷୀକୁ କ୍ଷତିପୂରଣ ମିଳିଲା ନାହିଁ । ଗତ ନଭେମ୍ବର 2 ତାରିଖରେ କୃଷକ ସଭା ନେତୃତ୍ୱରେ ଚାଷୀମାନେ ତହସିଲ ସମ୍ମୁଖରେ ଅନଶନ କଲେ । ତିନି ଦିନର ଅନଶନ ପରେ ପ୍ରଶାସନର ଲିଖିତ ପ୍ରତିଶୃତି ପରେ ଅନଶନ ସ୍ଥଗିତ ରହିଲା । କିନ୍ତୁ ଚାଷୀକୁ ଧୋଇର ବର୍ଷେ ପରେ ମଧ୍ୟ କ୍ଷତିପୂରଣ ନମିଳିବାରୁ ଗତ ଅକଟୋବର 26 ତାରିଖ ଠାରୁ କୃଷକ ସଭା ପକ୍ଷରୁ ତହସିଲ ସମ୍ମୁଖରେ ଅଭିଜିତ ସାହୁ, ରାମଚନ୍ଦ୍ର ମୁଦୁଲି, ପ୍ରଫୁଲ୍ଲ ଦାସ, ସର୍ବେଶ୍ୱର ବେଉରା, ପ୍ରଦୀପ୍ତ ସ୍ୱାଇଁ ଓ କାହ୍ନା ସେନାପତିଙ୍କୁ ନେଇ ଏକ 6ଜଣିଆ ଚାଷୀ ନେତୃମଣ୍ଡଳୀ ଆମରଣ ଅନଶନ ଆରମ୍ଭ କରିଥିଲେ । ଗତକାଲି ଏରସମା ତହସିଲଦାର ଓ ଚାଷୀ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଚାଷୀ ନେତାମାନେ କ୍ଷତିପୂରଣ ପ୍ରଦାନ ଆରମ୍ଭ ନକଲେ ଅନଶନ ଜାରି ରହିବ ବୋଲି ସିଧାସଳଖ ଚେତାବନୀ ଦେଇଥିଲେ । ଆଜି ଅପରାହ୍ନରେ ତହସିଲଦାର 5ଟି ପଞ୍ଚାୟତର କ୍ଷୟକ୍ଷତିର ନକଲ ସମେତ ବ୍ୟାଙ୍କକୁ ପଇସା ପଠେଇବାର ଚେକ ଦେଖାଇବା ସହିତ ଆସନ୍ତାକାଲି ଠାରୁ 5 ଟି ପଞ୍ଚାୟତର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଆରମ୍ଭ ଓ ନଭେମ୍ବର ମାସ ମଧ୍ୟରେ ବ୍ଲକର ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାର ପ୍ରତିଶୃତି ପ୍ରଦାନ କରିବା ପରେ ଅନଶନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ଏହାପରେ ଏରସମା ତହସିଲଦାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଅନଶନ ସ୍ଥଗିତ ରହିଥିଲା । ଏରସମା ତହସିଲଦାର ଫଳରସ ଦେଇ ଅନଶନକାରିମାନଙ୍କୁ ଅନଶନରୁ ନିବୃତ କରିଥିଲେ । ଆଜି ଅନଶନ ସ୍ଥଳରେ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ ଚାଷୀ ନେତା ପିତାମ୍ବର ଦାସ, ଦାମୋଦର ବେହେରା,ବଇଁଶୀଧର ବେହେରା,ପ୍ରସନ୍ନ କୁଅଁର,ବାସୁଦେବ ଖଣ୍ଡୁଆଳ,ଶରତ ମଳିକ, ପରେଶ ପ୍ରଧାନ, ଧ୍ରୁବ ଚରଣ ସ୍ୱାଇଁ, କ୍ଷୀରୋଦ କୁମାର ବୋଡିକିଆ, ରତ୍ନାକର ଭୋଳ, ସଞ୍ଜୟ ସେଠି, ପ୍ରଫୁଲ୍ଲ ସେନାପତି, ଯୋଗେନ୍ଦ୍ର ସ୍ୱାଇଁ ,ନିମାଇଁ ରାଉତ, କାଳନ୍ଦୀ ଭୌମିକ, ସୁମନ୍ତ ମଣ୍ଡଳ,ସୁରେନ୍ଦ୍ର ସ୍ୱାଇଁ, ବସନ୍ତ ସାହୁ, ମାଗୁଣି ସ୍ୱାଇଁ, ସମରେଶ ମୁଦୁଲି, ବସନ୍ତ ଦାସ, ରବୀନ୍ଦ୍ର ପାଟାଲ, ଉତ୍ତମ ହାତି, ଅଜାମିଲ ଗାଉଁଣିଆ, ବିଜୟ ବେହେରା, ଶ୍ରୀକାନ୍ତ ସ୍ୱାଇଁ, ମହେଶ୍ୱର ମହାପାତ୍ର, ଭ୍ରମର ଦାସ ପ୍ରମୁଖ ଆନ୍ଦୋଳନ କୁ ପରିଚାଳନା କରିଥିଲେ । ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.