Type Here to Get Search Results !

ସବୁଜ ବାହିନୀ ପକ୍ଷରୁ ଦୀପାବଳିରେ “ଆସ ଫୁଟାଇବା ହସ” କାର୍ଯ୍ୟକ୍ରମ


ବ୍ରହ୍ମପୁର  :-

ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଅବସରରେ “ଆସ ଫୁଟାଇବା ହସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ସବୁଜ ବାହିନୀ ପକ୍ଷରୁ ଆମ୍ବଗଡ ସ୍ଥିତ ଓମ୍ ଜରା ନିବାସ ଓ ବ୍ରହ୍ମପୁର ସହରରେ ଥିବା ପ୍ରାଣୀ ଚିକିତ୍ସାଳୟରେ ଧୁମଧାମରେ “ଆସ ଫୁଟାଇବା ହସ” କାର୍ଯ୍ୟକ୍ରମ ପାଳନ କରାଯାଇଛି। ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିବା ଅବସରରେ ପ୍ରାଣୀ ଚିକିତ୍ସାଳୟରେ ଗାଈ ମାନଙ୍କୁ ଗୋ ଖାଦ୍ୟ ବଣ୍ଟନ, ବୃଦ୍ଧାଶ୍ରମରେ ବୃଦ୍ଧା ମାନଙ୍କ ନୂଆଁ ଲୁଗା, ଖାଇବା ଜିନିଷ ଓ ନୀତି ଦିନିଆ ଆବଶ୍ୟକ ପଡ଼ୁଥିବା ଜିନିଷ ଦେବା ସହ କିଛି ମୁହୂର୍ତ୍ତ ଅତିବାହିତ କରି ସେମାନଙ୍କ ଜୀବନରେ ଖୁସି ଆଣିବା ପାଇଁ ଛୋଟିଆ ପ୍ରୟାସ ଟିଏ କରଯାଇଥିଲା। ଆତସବାଜି ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ହୋଇ ପରିବେଶ ନଷ୍ଟ ହୁଏ ଏବଂ ଶବ୍ଦ ପ୍ରଦୂଷଣ ହେବା ଦ୍ବାରା ବିଭିନ୍ନ ପଶୁ ପକ୍ଷୀ ମାନେ ଭୟରେ ମୃତ୍ୟୁ ବରଣ କରିଥାନ୍ତି । ସେଥିପାଇଁ ସମାଜର ଭିନ୍ନ ଭିନ୍ନ ଲୋକ ମାନଙ୍କୁ ଯୋଡିବା ଓ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସଂଘ ସଭାପତି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ମିଳିମିଶି ସମ୍ପାଦନ କରିଥିବା ବେଳେ, ଏହି କାର୍ଯ୍ୟକ୍ରମ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ରୁ ଆଶୀଷ ରାଓଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.