ତାଳଚେର :-
ଆଜି ତାଳଚେର କଂଗ୍ରେସ୍ ତରଫରୁ ଏକ ଦାବିପତ୍ର ଅନୁଗୋଳ ଏସପି ଙ୍କୁ ଦିଆ ଯାଇଥିଲା । ପ୍ରକାଶ ଥାଉ କି ଆମ୍ଭେ ତାଳଚେର ପଞ୍ଚାୟତ ସମିତି ଅନ୍ତର୍ଗତ ବନ୍ତୋଲ, ସନ୍ଥପଡା ଏବଂ ଗୁରୁଜାଙ୍ଗୁଲି ଏହି ତିନୋଟି ଗ୍ରାମ ପଞ୍ଚାୟତର , ଏହି ଅଞ୍ଚଳର ସୁରକ୍ଷା ଏବଂ ଲୋକମାନଙ୍କର ବିଭିନ୍ନ ପ୍ରକାର ଆପତ୍ତି ଅଭିଯୋଗ ନିମିତ୍ତ ସମସ୍ତେ ତାଙ୍କର ତାଳଚେର ସଦର ଥାନା ଉପରେ ନିର୍ଭର କରିଆସୁଥିବା ବେଳେ ଏହା ଏବେ ଏହି ଅଞ୍ଚଳବାସୀଙ୍କ ପାଇଁ କଷ୍ଟକର ବ୍ୟାପାର ହେଉଅଛି । ଏହି ତିନୋଟି ଗ୍ରାମପଞ୍ଚାୟତରେ ପ୍ରାୟ ୧୫୦୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବାବେଳେ ହଠାତ କୌଣସି ଘଟଣା କିମ୍ବା ଦୁର୍ଘଟଣା ଘଟିଲେ ଲୋକମାନଙ୍କୁ ବହୁ କଷ୍ଟରେ ତାଳଚେର ଥାନା ଯିବାକୁ ପଡିଥାଏ । ଏଣୁ ଆମ୍ଭେ ଆପଣଙ୍କୁ ବିନୀତ ଅନୁରୋଧ କରିଛନ୍ତି ଏହି ତିନୋଟି ଗ୍ରାମପଞ୍ଚାୟତ ବଢୋଲ, ସନ୍ଥପଡା ଏବଂ ଗୁରୁଜାଙ୍ଗୁଲି ନିକଟସ୍ଥ ବଲ୍ଲହର ଛକଠାରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଏକ ନୂତନ ପୋଲିସ ଫାଣ୍ଡି ପ୍ରତିଷ୍ଠା କରାଗଲେ ଅଞ୍ଚଳବାସୀ ଅନେକ ସୁବିଧା ସୁଯୋଗ ପାଇପାରିବେ | ଏହି ତାଳଚେର କଂଗ୍ରେସ୍ ର ଯୁବ ନେତା ସଂଗ୍ରାମ କେଶରୀ କୁଅଁର, ବରିଷ୍ଠ ଆଈନ୍ ଯିବି ଜମ୍ବେଶ୍ୱର ପଟ୍ଟନାୟକ, ତାଳଚେର ମୁନିସି ପାଲିଟିର ଯୁବ ନେତା ପ୍ରଦୀପ କୁମାର ମହାରଣା ଉପସ୍ଥିତ ଥିଲେ। ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ

