Type Here to Get Search Results !

୧୬ ଜଣକୁ ୧୫ ଦିନ ପଣବନ୍ଦୀ, ନଷ୍ଟ ହୋଇଗଲା ଗର୍ଭବତୀ ର ଗର୍ଭ

 


କର୍ଣାଟକ :-

ସାହୁକାର ଓ ସାହୁକାରୀ ବିଷୟରେ ଆମେ ଆଗରୁ ଅଳ୍ପ ବହୁତ୍ ଶୁଣିଛୁ। ଅନ୍ୟ ପକ୍ଷରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଦ୍ଵାରା ସାହୁକାରି ଉଚ୍ଛେଦ ପାଇଁ ବିଭିନ୍ନ ନୀୟମମାନ ପ୍ରଣୟନ ହୋଇଛି। ତେବେବି ଆଜି ଏଭଳି ପ୍ରଥା କିଛି ଅଞ୍ଚଳରେ ରହିଛି । ତେବେ ଏଭଳି ପ୍ରଥା ପାଇଁ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ନଷ୍ଟ ହେବା ଭଳି ଚାଂଚଲ୍ୟକର ଘଟଣା ଘଟିଛି କର୍ଣାଟକ ରାଜ୍ୟ ର ଚିକ୍କାମଗଲୁରୁ ଅଞ୍ଚଳରେ। କରଜ ସୁଝି ନପାରିବାରୁ ୧୬ ଜଣ ଶ୍ରମିକଙ୍କୁ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ପଣବନ୍ଦୀ କରି ରଖିଥିଲା ସାହୁକାର। ଏହି ସମୟରେ ସାହୁକାର ର ମାନସିକ ଓ ଶାରିରୀକ ଅତ୍ୟାଚାର ଫଳରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ନଷ୍ଟ ହୋଇ ଯାଇଛି। ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ସ୍ଥାନୀୟ ପୋଲିସ ଉକ୍ତ ସାହୁକାର କୁ ଗିରଫ କରିବା ସହ ଶ୍ରମିକମାନଙ୍କୁ ତା ନିକଟରୁ ଉଦ୍ଧାର କରିଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.