Type Here to Get Search Results !

ପୁଣି ଦାଦନ ଶ୍ରମିକ ଚାଲାଣ ମାସ ଆରମ୍ଭରୁ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ


ବଲାଙ୍ଗୀର :-

ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ  ଥାନା ଅନ୍ତର୍ଗତ ଧନ୍ଦାମୁଣ୍ଡା ହାଇସ୍କୁଲ ଛକରେ ଖପ୍ରାଖୋଲ ପୋଲିସ 15 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି।  ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ  ନିଜ ଗାଁ ଭାନପୁର ରୁ ହାଇଦ୍ରାବାଦ ଯାଉଥିବା ବେଳେ  ଖବର ପାଇ ଖପ୍ରାଖୋଲ ଥାନାର  ଏ ଏସ ଆଇ ଗୋପୀନାଥ ମହାକୁଡ଼ଙ୍କ ନେତୃତ୍ବରେ  ଚଢ଼ାଉ କରାଯାଇଥିଲା। ଏକ ବଲୋରୋ ଗାଡିରୁ 15 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ  ପୁରୁଷ 4 ମହିଳା 6  ଓ ଛୋଟ ଛୋଟ ପିଲା 5 ଜଣଙ୍କୁ ଉଦ୍ଧାର କରି ଥାନା କୁ ନେଇ ଅଧିକ ପଚରାଉଚରା କରି  ସେମାନେ ହେଲେ ଭନପୁର ଓ  ବରଗଡ଼ ଜିଲ୍ଲାର ପାଇକମାଲ ଥାନା ଅନ୍ତର୍ଗତ ନିଳାଥର ଗାର ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ  ବେଳପଡା ଥାନା ଅନ୍ତର୍ଗତ ଜାମଜୁରୀ ର  ବିଶ୍ୱନାଥ ତାଣ୍ଡି  (ସର୍ଦାର )ଓ ଗାଡିର ଚାଳକ  ଧବଳେଶ୍ବର ସାହୁଙ୍କ ଗିରଫ କରିଥିବା ବେଳେ ମୁଖ୍ୟ ସର୍ଦାର  ବେଳପଡା ମୁନାପାଲିର ଅଶୋକ ମହାନନ୍ଦ ଫେରାର ଥିବାର ଗଣମାଧ୍ୟମରେ ସୂଚନା ଦେଇଛି ଖପ୍ରାଖୋଲ ପୋଲିସ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.