ବରଗଡ଼ / ଝାରବନ୍ଧ :-
ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍ ଲଉଡି ଦର୍ହ ଗ୍ରାମରେ ଏକ ନିଆରା ଢଙ୍ଗ ରେ ରାବଣ ପୋଡ଼ି ଉତ୍ସବ ପାଳନ ହୋଇଅଛି ।ଗତ ତିନିଦିନ ଧରି ଗ୍ରାମରେ ଅନୁଷ୍ଠିତ ଏହି ପର୍ବରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ଦେବୀ ସୀତା ଙ୍କ ସହ ଭକ୍ତ ହନୁମାନ ଙ୍କ ପ୍ରତିକୃତି ସ୍ଥାପନ କରି ପୂଜା ଅର୍ଚ୍ଚନା କରାଯାଇଥିଲା, ସୁସଜ୍ଜିତ ପୂଜା ମଣ୍ଡପ ରେ ପ୍ରଭୁଙ୍କ ଦର୍ଶନ ସକାଶେ ନିତିଦିନ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗୁ ଥିବା ବେଳେ ପୂଜା ମଣ୍ଡପ ରୁ ସେବାଶ୍ରମ ଯାଏ ବିବିଧ ରଙ୍ଗର ଆଲୋକମାଳା ଓ ସନ୍ଧ୍ୟାଦୀପ ସଜା ହେବା ଫଳରେ ଆଲୋକିତ ଆଲୋକ ମାଲା ମନୋରମ ଦିଶୁଥିଲା । ପ୍ରତିଦିନ ଭଜନ କୀର୍ତ୍ତନ ଆଦି ସହ ଅନ୍ତିମ ଦିନ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଉତ୍ସବ କୁ ଦେଖିବା ପାଇଁ ଆଖପାଖ ସବୁ ଅଞ୍ଚଳ ତଥା ରାଜ୍ୟ ପଡୋଶୀ ଛତିଶଗଡ ଅଞ୍ଚଳ ରୁ ମଧ୍ୟ ହଜାର ସଂଖ୍ୟାରେ ଲୋକ ଙ୍କ ଭିଡ ଲାଗି ରହିଥିଲା। ଉକ୍ତ ପୂଜାରେ କର୍ତ୍ତା ଭାବେ ଅବସର ପ୍ରାପ୍ତ ପ୍ରଫେସର ମହେନ୍ଦ୍ର କୁମାର ଭୋଇ ତଥା ତାଙ୍କ ପତ୍ନୀ ଶ୍ରୀମତୀ ଉମା ଭୋଇ ଗୁରୁ ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ଭାବରେ ମନୋଜ କୁମାର ପାଢ଼ୀ , ଖଗେଶ୍ବର ମହାପାତ୍ର, ଜଗତ ସାହୁ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ୍

