ପଦ୍ମପୁର :-
ପାଇକମାଲ ନାଗରିକ କମିଟୀ ଏକ ପ୍ରତିନିଧି ମଣ୍ଡଳ ପାଇକମାଲ ବ୍ଲକ କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବରଗଡ ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକଙ୍କୁ ଭେଟି ୫ ଦଫା ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନା କରିଥିଲେ । ଉକ୍ତ ଦାବୀ ମଧ୍ଯରେ ପାଇକମାଲ କୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ଯତା,ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ର,୧୩୨୵ ୩୩ କେଭି ଗ୍ରୀଡ ସ୍ଥାପନ ଅନ୍ୟତମ । ପୁନଶ୍ଚ ଜେଏମଏଫସି କୋର୍ଟ ପାଇଁ ଦିଆଯାଇଥିଲା । ପୁରୁଣା ବ୍ଲକ କାର୍ଯ୍ୟଳୟ ର ମରାମତି କାର୍ଯ୍ଯରମ୍ଭ,ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରୀ ଓ ବେଆଇନ ଭାବେ ବିକ୍ରି ହେଉଥିବା ନିଶା ଔଷଧ,ଇଞ୍ଜେକସନ,କପସିରଫ ଆଦି ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ଏହା ଉପରେ ବିଭାଗୀୟ ଅଧିକାରୀଙ୍କୁ ଉଚିତ ପଦକ୍ଷେପ ନେବାକୁ ତଥା ଉକ୍ତ ଦାବୀପତ୍ର ସରକାରଙ୍କ ପାଖକୁ ପ୍ରେରଣ କରି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉକି ଏହା ପୂର୍ବରୁ ଅନେକ ଥର ଏନଏସି, ସିଏଚସି,ଗ୍ରୀଡ ସ୍ଥାପନ ପାଇଁ ଅଞ୍ଚଳବାସୀ ରାଜ୍ଯ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ଏ ସମ୍ପର୍କରେ ରାଜ୍ଯ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଦାବୀପତ୍ର ପ୍ରଦାନ ତଥା ଆଲୋଚନା ସମୟରେ ପାଇକମାଲ ନାଗରିକ କମିଟିର ସର୍ବ ଶ୍ରୀ ବିନୋଦ କାଲିଆ,ରାଜ କିଶୋର ସାହୁ,ସନ୍ତୋଷ ପାଣିଗ୍ରାହୀ,ସୁଶାନ୍ତ ନାଗ,ଆକାଶ ପାଣିଗ୍ରାହୀଙ୍କ ସମେତ ଅନ୍ଯ ମାନେ ଉପସ୍ଥିତ ଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

