Type Here to Get Search Results !

ସଂଘର୍ଷ ସମିତି ପକ୍ଷରୁ ଧାରଣା, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ


ବଲାଙ୍ଗୀର :-

ବଲାଙ୍ଗିର ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବଲାଙ୍ଗୀର ସଂଘର୍ଷ ସମିତି ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଥିଲା। ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ସାମାଜିକ ସଂଗଠନ ଯୋଗ ଦେଇଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଫଳରେ ଦୀର୍ଘ ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ ନ ହୋଇ ପଡିରହିଛି । ଏନେଇ ସମିତି ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଏପରିକି ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କ ବିରୋଧରେ ବିକ୍ଷୋଭକାରୀମାନେ ଗର୍ଜିଥିଲେ । ଯଥାଶୀଘ୍ର ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ବଲାଙ୍ଗୀରବାସୀ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.