Type Here to Get Search Results !

କୁଲତା ଜାତିର ଜାତି କରା ଭୋଇ ସମ୍ମିଳନୀ ଅନୁଷ୍ଠିତ

 


ବରଗଡ଼ / ଝାରବନ୍ଧ :- 

ବରଗଡ଼ ଜିଲ୍ଲା ର ଝାରବନ୍ଧ ଅଞ୍ଚଳର ଓଡ଼ିଶା ସୀମାନ୍ତ ଗ୍ରାମ ଶିକାରୀ ପାଲି ଗାଁ ରେ ଓଡ଼ିଶା ତଥା ଛତିଶଗଡ ମିଳିତ ଷଷ୍ଠ ତମ ବାର୍ଷିକ ଜାତି କରା ଭୋଇ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମ୍ମିଳନୀ ରେ ଓଡ଼ିଶା ତଥା ଛତିଶଗଡ ରାଜ୍ୟ ର ସମସ୍ତ ଜାତି କରା ଭୋଇ ପରିବାର ଯୋଗଦାନ କରିଥିଲେ। ପ୍ରଥମେ ଶଙ୍ଖ,ଘଣ୍ଟ ତଥା ବାଜା ବଜାଇ ଏବଂ ମହିଳା ମାନେ ହୁଳହୁଳି ଦେଇ ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରି ଥିଲେ। ଶୋଭାଯାତ୍ରା ର ପରେ ପରେ କୁଳତା ସମାଜ ର ଆରାଧ୍ୟ ଦେବୀ ରନେଶ୍ୱର ରାମଚଣ୍ଡୀ ଙ୍କ ପୂଜା ଅର୍ଚ୍ଚନା କରି ପ୍ରସାଦ ସେବନ କରାଯାଇଥିଲା। ପ୍ରସାଦ ସେବନ ପରେ ଉପସ୍ଥିତ ସମସ୍ତ ପୁରୁଷ ତଥା ମହିଳାଙ୍କୁ ନେଇ ଉକ୍ତ ସ୍ଥଳ ରେ ଏକ ସଭା ବାବା ରନେଶ୍ୱର୍ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ରାମ ଚଣ୍ଡୀ ଙ୍କ ଭଜନ କୀର୍ତ୍ତନ ପରେ ଜାତି କରା ପରିବାର ର ୭୦ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଙ୍କୁ ସଭିଏଁ ପ୍ରଣାମ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଉକ୍ତ ସମ୍ମିଳନୀ ରେ ଓଡ଼ିଶା ତଥା ଛତିଶଗଡ ର ବିଭିନ୍ନ ପ୍ରାନ୍ତ ରୁ ଯଥା - ବରଗାଁ, ସରେଇ ପତର, ରସୋଡା, ଚନ୍ଦର୍ଡିହି, ମେଦିନୀପୁର, ସରେଇ ପାଲି, ପଲସାପାଲି, ଲମ କେନି, ପଣ୍ଡାପରା, ଜଙ୍ଗଲ ବେଡ଼ା, ବରଦିହି, ବାଗ ଜୁଆରି, ସନ୍ ପୁରୀ, କୁର୍ମା, ଗୌଡ ମାଲ, ଚିରୋଲି, ଦୁଙ୍ଗୁରୀ ପାଲି, ବାମ୍ବରିଟ, ଭାଲେ ସ୍ୱର୍, କମ୍ ଗାଁ, କୁଢେନ୍ ପାଲି, ବନ୍ଦଳା, କୁଣ୍ଡୁଲା, ଗଣିଆପଳି, ବାଡ଼ିକଟା, ଆଦି ଗ୍ରାମ ରୁ ଆସି ଥିବା ଅତିଥି ମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ସମସ୍ତ ଙ୍କ ନିଷ୍ପତି ଅନୁଯାୟୀ ଆଗାମୀ ବର୍ଷ ର ବୈଠକ ମେଦିନୀ ପୁର ରେ ହେବା କଥା ସର୍ବ ସମ୍ମୁଖ ରେ ଘୋଷଣା କରି ଆୟୋଜକ ପରିବାର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା କୁ ଶେଷ କଲେ । 

ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.