ବନ୍ତ :-
ଆଜି ବନ୍ତ ବ୍ଲକରେ ପାଳନ ହେଇଛି । ମୁସଲିମ ମାନଙ୍କର ଏକ ମୁଖ୍ୟ ପର୍ବ, ହର୍ଜାତ୍ ମହମ୍ମଦଙ୍କ ଜନ୍ମଦିନ । ଏହି ପର୍ବ ସାରା ବିଶ୍ୱରେ ପାଳନ କରାଯାଏ । ମୁଫତିନଗର,ମାଳତିରା, ପଠାନ ମହଲା,ତାରାପୁର,ବନ୍ତ, ଆଖୁନ୍ ମହଲା ର ସମସ୍ତ ମୁସିଲିମ ଲୋକ ପାଳନ କରିଥିଲେ । ସକାଳ ନମାଜ ପାଠ ପରେ ଫାତେହା ହେଇଥିଲା, ସଂଧ୍ୟା ସମୟରେ ସବୁ ଗ୍ରାମରୁ ଜୁଲୁସ୍ ବାହାରି ବନ୍ତ ବଜାର ଦେଇ ମାଳ ତୀରା ରେ ପହଞ୍ଚି ଥିଲା, ମାଳତିରାରେ ସବୁ ଜୁଲୁସ କୁ ସ୍ଵାଗତ କରାଯାଇ ଥିଲା । ଇଦ୍ ମିଲା ଦିନ୍ ନବୀ ପାଇଁ ସବୁ ରାସ୍ତା ଘାଟ ସବୁ ସଫା କରାଯାଇ ଥିଲା । ଜାଗା ଜଗା ରେ ଲୋକ ମାନଙ୍କ ପାଇଁ ପାଣି, ଖାଇବା ବ୍ୟବସ୍ଥା କରା ଯାଇ ଥିଲା । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଯୁବ ନେତା ସୁବ୍ରତ ଦାସ ଏଥିରେ ଯୋଗ ଦେଇଥିଲେ ।
ବନ୍ତ ବ୍ଲକ ରୁ ସେକ ଗୁଲଫାନଙ୍କ ରିପୋଟ

