Type Here to Get Search Results !

ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ – ମାନସିକ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ଉପରେ ଗୁରୁତ୍ଵାରୋପ

 


ବଲାଙ୍ଗିର :-

ଆଜି ବଲାଙ୍ଗିର ଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନ ରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟ।ଳୟ ପର୍ଯ୍ୟନ୍ତ ଆସିଥିଲା । ଏହି ସଚେତନତା ରାଲି ରେ ପ୍ରଜାପୀତା ବ୍ରହ୍ମକୁମାରୀ , ରେଡକ୍ରସ , ବିଙ୍ଗ ହ୍ୟୁମାନ , କୁଲୁତା ସମାଜ , ବେସରକାରୀ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟ।ଳୟ ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ,ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ମିଳିତ ଆନୁକୁଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଦିବ୍ୟ କିଶୋର ପତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ବିନୟ କୁମାର ପାତ୍ର , ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ଭାଇସ ପ୍ରିନ୍ସିପାଲ ଡ଼ ମାନସୀ ପଣ୍ଡା , ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ମାନସିକ ରୋଗ ବିଭାଗ ର ବିଭାଗୀୟ ମୁଖ୍ୟ ଡ଼ା ଆଶୀର୍ବାଦ ଶତପଥି , ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ପ୍ରୋଗ୍ରାମ ଅଫିସର ଡ଼ା ସୁଖିଶ୍ୟାମ ତ୍ରିପାଠୀ , ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ପ୍ରମୁଖ ଯୋଗଦେଇ ମାନସିକ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ଆଲୋକପାତ କରିବା ସହ ଏ ସମ୍ପର୍କରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ପ୍ରୋଗ୍ରାମ ଅଫିସର ଡ଼ା ତ୍ରିପାଠୀ ବଲାଙ୍ଗିର ଜିଲ୍ଲା ରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ମାନସିକ ରୋଗ ପ୍ରାଥମିକ ଅବସ୍ଥା ରେ ସମ୍ପୂର୍ଣ ଆରୋଗ୍ୟ ସାଧ୍ୟ ଏବଂ ଏହି ରୋଗ ର ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ପରାମର୍ଶ କରିବାକୁ ସେ ସୂଚନା ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ପାତ୍ର ପ୍ରାଧିକରଣ ଦ୍ଵାରା ଯୋଗାଇ ଦିଆଯାଉଥିବା ମାଗଣା ଆଇନ ସେବା ଓ ସହାୟତା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସଭା ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଦିବସ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଭା ଶେଷରେ ମାନସିକ ରୋଗ ବିଭାଗ ର ନର୍ସିଂ ଅଫିସର ସ୍ଵାଗତିକା ହରପାଲ ଧନ୍ୟବାଦ ଅର୍ପଣ କରିଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.