ଧାମନଗର :-
ବାଜିଲା ଧାମନଗର ଆସନ ପାଇଁ ନିର୍ବାଚନୀ ବିଗୁଲ। ବିଷ୍ଣୁଙ୍କ ପରେ କିଏ ହବ ଧାମନଗର ବିଧାୟକ ତାକୁ ନେଇ ହେଲାଣି ରଣନିତୀ । ବିଜେଡି ରେ ଜଳ ଜଳ ଗୋଷ୍ଠୀ କନ୍ଦଳ ବିଜେପି କୁ ଦେବ କି ବଳ । ଶିତଳ ଯୁଦ୍ଧ ଚାଲିଛି ରାଜେନ୍ଦ୍ର ଦାସ ବନାମ ମୁକ୍ତିକାନ୍ତ ମଣ୍ଡଳ। ଅନେକ ଆଶା ଆଶଙ୍କା ଏହାର କେତେ ଫାଇଦା ନେବ ବିଜେପି ଦଳ । ଅଧିକାଂଶ ସମୟ ରଣ କଂଗ୍ରେସ ନେତାଙ୍କ ହାତରେ ରହି ଆସୁଥିବା ଧାମନାଗର ବିଧାନସଭା ଆସନରେ ବିଷ୍ଣୁ ସେଠୀ ଙ୍କ ପରେ କିଏ ଧରିବ ମଙ୍ଗ ତାକୁ ନେଇ ଆରମ୍ଭ ହେଲାଣି । ରଣନିତୀ ଧାମନାଗରକୁ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛିି । ନଭେମ୍ବର 3ରେ ଧାମନାଗର ଉପନିର୍ବାଚନ ହବ ଅକ୍ଟୋବର 7ରେ ଏଥିରେ ପ୍ରକାଶ ପାଇବ। ବିଧିବଦ୍ଧ ବିଜ୍ଞପ୍ତି ଅକ୍ଟୋବର 14ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ ଅକ୍ଟୋବର 17 ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ନଭେମ୍ବର 6ରେ ଭୋଟ ଗଣତି ହୋଇ ରେଜଲ୍ଟ ପ୍ରକାଶ ପାଇବ । କମିଶନଙ୍କ ହି ତାରିଖ ଘୋଷଣା କରିବା ପରେ ଏବେ ଏହାକୁ ନେଇ ରାଜନୀତି ଜୋର ଧରିଲାଣି । ତେବେ କିଏ ହବ ଧାମନଗର ଆସନରୁ ବିଜେଡି ର ବିଧାୟକ ପ୍ରାର୍ଥୀ ତାକୁ ନେଇ ଚାଲିଛି ଅନେକ ଛକା ପଞ୍ଜ୍ଝଆ। ଏହି ଆସନ ପାଇଁ ବର୍ତ୍ତମାନ ଆଶାଏ ଅନେକ ପୂର୍ବତନ ବିଧାୟକ ତଥା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସ୍ବାମୀ ମୁକ୍ତିକାନ୍ତ ମଣ୍ଡଳ ଆଶାଇ ଥିବାବେଳେ ଗତ 19 ନିର୍ବାଚନ ରେ ବିଷ୍ଣୁ ସେଠୀଙ୍କ ଠାରୁ ହାରିଥିବା ରାଜେନ୍ଦ୍ର ଦାସ ମଧ୍ୟ ଆଶାଇ ଅଛନ୍ତି। ତେବେ ତିହିଡି ବ୍ଲକର 13ଟି ପଞ୍ଚାୟତରେ ରାଜେନ୍ଦ୍ର ଙ୍କ ବେଶ ଦବଦବା ରହିଛିି । ସେପଟେ ବିଜେଡି ନେତା ତଥା ଧାମନଗର ବ୍ଲକର ପୂର୍ବତନ ବ୍ଲକ ଚ୍ୟାରମେନ ଅଶୋକ ନାୟକଙ୍କ ମଧ୍ୟ ପ୍ରାର୍ଥୀ ଚୟନ ଦିଗରେ ବଡ଼ ଭୂମିକା ନେଇ ପାରନ୍ତି କାରଣ ସ୍ଥାନୀୟ ଅଞ୍ଚଳରେ ଦବଦବା ଥିବାରୁ ତାଙ୍କ କଥା ମଧ୍ୟ ପ୍ରାର୍ଥୀ ଚୟନ ରେ ଗୁରୁତ୍ବ ରଖିପାରେ। ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାଏ ଏଠାରେ ତାଙ୍କର ଜଣେ ଡାକ୍ତର ସାଙ୍ଗକୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରୁଛନ୍ତିି । ସେପଟେ ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକ ଙ୍କ ପୁଅ ଏବଂ ମାନସ ମଲିକ ଙ୍କ ଭାଇ ସଂଜୀବ ମଲିକ ଧାମନଗର ପାଇଁ କିଏ ବଡ ଫେକଟର ତାଙ୍କ ରିପୋର୍ଟ ଆଧାରରେ ଦଳ ଏଠାରେ ଦେଇପାରେ ଟିକେଟ । ତେବେ ବିଷ୍ଣୁ ସେଠୀ ଙ୍କ ପରେ ତାଙ୍କ ପରିବାରରୁ ତାଙ୍କ ପୁଅକୁ ବିଜେପି ଟିକେଟ ଦବ ବୋଲି ଆଶା କରାଯାଉଛିି । ତେବେ ବିଷ୍ଣୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭାଗ ନେଇଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଆସନ ପାଇଁ ତାଙ୍କ ପୁଅ ସୁରଜ ସୂର୍ଯ୍ୟ ବଂଶୀଙ୍କ ନା ଘୋଷଣା କରି ଟିକେଟ ଚର୍ଚ୍ଚା ହୋଇଛିି । ସୂର୍ଯ୍ୟ ଙ୍କ ଯୁବସଂଗଠନ ଏବଂ ସମର୍ଥକ ଅଧିକ ଥିବାରୁ ଜନତାଙ୍କ ଉପରେ ଭରସା କରିପାରେ। ସେପଟେ ଆଜି ବିରୋଧୀ ଦଳର ନେତା ଚରଣ ମିଶ୍ର କହିଛନ୍ତି 2024 ଫାଇନାଲ ପୂର୍ବରୁ ଏହା ସେମି ଫାଇନାଲ ଆମେ ଫାଇନାଲ ଜିତିବା ପୂର୍ବରୁ ପ୍ରସ୍ତୁତି କରୁଛୁ। ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ପ୍ରସ୍ତୁତ ଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ତେବେ ନବୀନ ପଟ୍ଟନାୟକ ମୂଖ୍ୟମନ୍ତ୍ରୀ ହେବାପରେ କେବଳ ଲକ୍ଷ୍ୟ ଉପରୁ ଉପନିର୍ବାଚନ ଛାଡ଼ି ଦେଲେ ଅନ୍ୟ କୌଣସି ଉପନିର୍ବାଚନରେ ସେ ପରାଜୟ ହୋଇନାହାନ୍ତି। ଏପରିକି ବାଲେଶ୍ଵର ସଦର ଆସନ ମଧ୍ୟ ବିଜେଡି ବିଜେପି ହାତରୁ ଛଡ଼ାଇ ନେବାରୁ ସକ୍ଷମ ହୋଇଥିଲେ। ହେଲେ ଧାମନଗର ଆସନରେ ଦଳ କଣ କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ବ୍ୟୁରୋ ରିପୋର୍ଟ

