Type Here to Get Search Results !

ମଦୁଆ ଗାଡ଼ି ଚାଳକ ଙ୍କ କମାଲ, କାର ଦୁର୍ଘଟଣାଗ୍ରସ୍ତ

 


ବ୍ରଜରାଜନଗର :-

ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଝାରସୁଗୁଡ଼ା ଜିଲ୍ଲା ଲୋଇସିଂ ପଞ୍ଚାୟତ ଅନ୍ତର୍ଗତ ଚାରଭାଟି ଗାଁ ନିକଟରେ ଏକ ମାରୁତି କାର ଦୁର୍ଘଟଣା ର ଶିକାର ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ OD 23 E 1213 ନମ୍ୱର୍ ଯୁକ୍ତ ଏକ ମାରୁତି କାର ଦୃତ ଗତିରେ ଆସି ରାସ୍ତାରେ ଥିବା ଏକ କେନାଲ ପୋଲ ରେ ପିଟି ହୋଇଥିଲା। ଉକ୍ତ ଦୁର୍ଘଟଣା ରେ କେହି ମୃତାହତ ହୋଇନାହାନ୍ତି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗାଡ଼ି ଚାଳକ ଅତ୍ୟାଧିକ ମଦ୍ୟପାନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି। ତେବେ ଏ ନେଇ କୌଣସି ପୋଲିସ ନିକଟରେ ଅଭିଯୋଗ ହୋଇନାହିଁ। ଅନ୍ୟପଟେ ଗ୍ରାମବାସୀଙ୍କ ଦ୍ଵାରା ଗାଡ଼ି ଚାଳକ ଙ୍କୁ ଉଦ୍ଧାର କରାଯାଇଛି। ଝାରସୁଗୁଡ଼ା ବ୍ରଜରାଜନଗର ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.