Type Here to Get Search Results !

ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର, ମେରାଇନ ପୋଲିସ ଦ୍ୱରା ୧୦ଧିବାର ଉଦ୍ଧାର


ଚାନ୍ଦବାଲି :- 

ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲର ଅଗ୍ନିକାଣ୍ଡ ଘଟି ବାରୁ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡି ଯାଇଛି । ମା ପଦ୍ମାବତୀ ନାମକ ଏକ ଟ୍ରଲରରେ ୧୦ଜଣ ଧିବାର ମାଛ ଧରୁଥିବା ବେଳେ ଟ୍ରଲଟିରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲର ସମୁଦ୍ରରେ ବୁଡି ଯାଇଛି । ନିକଟରେ ଥିବା ଅନ୍ୟ ଟ୍ରଲର ଧିବାର ମନେ ମା ପଦ୍ମାବତୀ ଟ୍ରଲର ୧୦ଜଣ ଧିବରଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଧାମରା ଦୋଷୀଙ୍ଗା ପଂଚାୟତର ଟ୍ରଲର ମଳିକ ସମରେଶ ପରିଡାଙ୍କ ଟ୍ରଲର ମା ପଦ୍ମାବତୀ ରେ 10ଜଣ ଧିବାର ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ । ଟ୍ରଲରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ସମୁଦ୍ର ମଧ୍ୟରେ ଟ୍ରଲଟି ଜଳିବାକୁ ଲାଗିଥିଲା। ଅଗ୍ନି ପ୍ରଖର ହେବାରୁ ଟ୍ରଲରରେ ଥିବା ଧିବାର ମନେ ନିଜ ଜୀବନ ବଞ୍ଚାଇବା ପାଇଁ ସେପ୍ଟି ଜ୍ୟାକେଟ ସାହାଯ୍ୟରେ ସମୁଦ୍ର କୁ ଭାସିଥିଲେ। ନିକଟରେ ଥିବା ଅନ୍ୟ ଟ୍ରଲରେ ଧିବାର ମନେ ସେମାନଙ୍କୁ ଉଦ୍ଧାର କରିଛନ୍ତି ।ଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.