Type Here to Get Search Results !

ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ର ଚତୁର୍ଥ ସ୍ୱନକ୍ଷତ୍ର ଦିବସ


ପଦ୍ମପୁର :-

ବରଗଡ଼ରେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ଚତୁର୍ଥ ସ୍ବ ନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଡା.ରବିନାରାୟଣ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଶ୍ରୀମାନ ମନୋରଞ୍ଜନ ମେହେର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ, ବରଗଡ ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଶ୍ରୀମାନ ଦେବେଶ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ତଥା ସ୍ତମ୍ଭକାର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଶିଶୁ ସାହିତ୍ୟ ଉପରେ ବିଶେଷ ଆଲୋଚନା କରିବା ସହିତ ଡ.ରବିନନାରାୟଣ ସାହୁ ଙ୍କ ଉଦ୍ୟମ କୁ ବିଶେଷ ତାରିଫ୍ କରିଥିଲେ।ଏ ଅବସରରେ ୧୦୦ ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯିବା ସହ ଗାନ୍ଧୀସ୍ମୃତି ପାଠାଗାର,ବରଗଡ ଙ୍କୁ "ପୁସ୍ତକ ମିତ୍ର" ସମ୍ମାନ ଏବଂ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ ଙ୍କୁ"ପୁସ୍ତକ ବନ୍ଧୁ ସମ୍ମାନ" ରେ ସମ୍ମାନୀତ କରାଯାଇଥିଲା ।ଏ ପରିପ୍ରେକ୍ଷିରେ ବରଗଡ ଅଞ୍ଚଳରେ ନିଷ୍ଠାପର ଭାବେ ଉତ୍ସର୍ଗୀକୃତ ପ୍ରତିଷ୍ଠିତ ସମ୍ବାଦ ପତ୍ରରେ ଜଡ଼ିତ ଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିବାବେଳେ, ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକ ଙ୍କ ବିଭିନ୍ନ ସମସ୍ୟା କୁ ସରକାର ଙ୍କ ନଜର କୁ ଆଣିବା ସଙ୍ଗେସଙ୍ଗେ ସମସ୍ୟା ର ସମାଧାନ ପ୍ରତିଦୃଷ୍ଟି ଦେଇ ସଂଘର୍ଷ କରିଚାଲିଥିବାରୁ ତାଙ୍କୁ ଶିଶୁଶ୍ରୀ ଭାମ୍ୟମାଣ ପାଠାଗାର ବରଗଡ,ଏ ଭବ୍ୟ ଆୟୋଜିତ ସଭାରେ ସମ୍ମାନୀତ କରାଯାଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.