Type Here to Get Search Results !

ସଚେତନ ହେମା ଅନୁଷ୍ଠାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମପଂଚାୟତ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ଦ୍ୱାରା' କଳାକାର ପାଇଁ ଗଛଟିଏ' ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଣ୍ଡାଖାଇ ଉପସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ମାନସୀ ସାହୁ ଯୋଗ ଦେଇ ଗଛର ମହତ୍ୱ ବର୍ଣ୍ଣନା କରିବା ସହ ବୃକ୍ଷରୋପଣ ପ୍ରାରମ୍ଭ କରିଥିଲେ । ପ୍ରତ୍ୟେକ କଳାକାର ଗୋଟିଏ ଗୋଟିଏ ଗଛ ଲଗାଇବା ସହ ସର୍ବମୋଟ 25 ଟି ଗଛ ଲଗାଯାଇଥିଲା । ଅନୁଷ୍ଠାନ ତଥା ଏହି ସୁନ୍ଦର ପୃଥିବୀକୁ ସୁନ୍ଦର ପାଇଁ ଗଛ ଲଗାଇବା ନିତାନ୍ତ ଜରୁରୀ ବୋଲି ନାଟ୍ୟକାର ରାଜକୁମାର ସାହୁ  ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଲାଲସାହେବ ସାହୁ, ଘନଶ୍ୟମ ଭୋଇ, ରସିକ ବରିହା, ଘନଶ୍ୟାମ ସାହୁ, ଜୟନ୍ତ ସାହୁ, ପିଙ୍କୁ ସାହୁ, ରାଜେଶ ସାହୁ, ଆରାଧ୍ୟ୍ୟ ସାହୁ, ସୁନେଲି ସାହୁ ଆଦର୍ଶ ସାହୁ,ଭିକ ବରିହା, କଳ୍ପ ସାହୁ, ତାରାକାନ୍ତ ଭୋଇ, ଦୟାନନ୍ଦ ସାହୁ କୁଳମଣି ପଶୟତ ପ୍ରମୁଖ ସହାୟତା କରିଥିଲେ ।

ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.