ଝାରସୁଗୁଡା :-
ଝାରସୁଗୁଡା ଜିଲ୍ଲା ଏଚ କଟାପାଲି ସ୍ଥିତ ପିପୁଲସ ଫୋରମ ଓ ମିଶନ ଆଶ୍ରା ଅନୁକୂଲ୍ୟ ରେ ଦୀପାବଳି ଉପଲକ୍ଷେ ଦିଲ ଦିୟା ଓର ଦିୱାଲୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ ସରୋଜ ସାମଲ ଯୋଗ ଦେଇଥିବା ବେଳେ ଝାରସୁଗୁଡା ଏସପି ଶ୍ରୀ ରାହୁଲ ଜୈନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିସହ ବହୁ ସରକାରୀ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ମାନସିକ ଅନଗ୍ରସର ମାନଙ୍କୁ ବହୁ ଦିନଧରି ଏହି ଅନୁଷ୍ଠାନ ସେବା ଦେଇ ଆସୁଥିବା ବେଳେ ସମସ୍ତ ପ୍ରକାର ପର୍ବ ପର୍ବାଣି ମଧ୍ୟ ନୁରୁପ ଭାବରେ ପାଳନ କରି ଆସୁଥିବା ଏହି ସଂସ୍ଥା ଝାରସୁଗୁଡା ମୁଖ୍ୟ ସଞ୍ଜୟ ଜେଠି ସୂଚନା ଦେଇଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନ କୁ ଆହୁରି ସୁଦୃଢ଼ କରିବା ସହ ଅନ୍ତେବାସୀ ଙ୍କୁ ବହୁ ବିଧ ସୁବିଧା ପ୍ରଦାନ କରିବା ପାଇଁ ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ସମ୍ମାନିତ ହୋଇ ଆସୁଛି । ତେବେ ଏହାର ନିଆରା ପ୍ରୟାସ ପାଇଁ ମିଶନ ଆଶ୍ରା ବର୍ତମାନ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମଧ୍ୟରେ ଶ୍ରେଷ୍ଠ ହୋଇ ପାରିଛି । ଝାରସୁଗୁଡା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

