Type Here to Get Search Results !

୯୦ ବର୍ଷ ବୟସ୍କ ବୃଦ୍ଧ ରାମଚନ୍ଦ୍ର ନାୟକଙ୍କ ହାତୀ ଆକ୍ରମଣରେ ମୃତ

 


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରସମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ରସମୁଣ୍ତା ଗ୍ରାମ ରାମଚନ୍ଦ୍ର ନାୟକଙ୍କ ବୟସ ( ୭୫ ବର୍ଷ ) ହାତୀ ଆକ୍ରମଣରେ ମୃତ୍ୟୁ ହୋଇଅଛି । ରାମଚନ୍ଦ୍ର ନାୟକ ଭୋର ସକାଳୁ ପ୍ରତିଦିନ ୫ଟା ରେ ଶୌଚ କରିବାକୁ ଗ୍ରାମର ବାହାର କୁ ଯାଆନ୍ତି । ଆଜି ମଧ୍ଯ ଭୋର ୫ ଟାରୁ ଶୌଚ କରିବାକୁ ଯାଇଥିଲେ । ଶୌଚ ସାରି ଘର ଫେରି ଘର ମୁଖ୍ଯ କବାଟ ଖୋଲିଯିବା ଅବସ୍ଥାରେ ରାମଚନ୍ଦ୍ର ନାୟକଙ୍କୁ ଅତର୍କିତ ଭାବରେ ବଣୁଆ ହାତୀ ଦୁଇ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ରାମଚନ୍ଦ୍ର ଙ୍କ ମୃତ୍ଯ ହୋଇ ଯାଇଥିଲା । ବିଜୁ ଏକ୍ସପ୍ରେସ ୱେ ରାସ୍ତା ଦେଇ ବନମାଲ ଗ୍ରାମ ଆଡକୁ ଚାଳିଯାଇ ଥିଲେ । ଗ୍ରାମର ଲୋକ ମାନେ ଘଟଣା ଜାଣି ବନବିଭାଗ ମାନଙ୍କୁ ଖବର ଦେଇ ଥିଲେ । ବନ କର୍ମଚାରୀ ବିଭାଗ ପ୍ରଥମେ ମୃତକ ଙ୍କର ଶବ ବ୍ଯବଛେଦ ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠାଇଥିଲେ । ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ଶେଷକୃତ୍ଯ ପାଇଁ ଶବ ହସ୍ତାନ୍ତର କରା ଯାଇଛି । ବନ କର୍ମଚାରୀ ମାନେ ହାତୀ ମାନଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ମୃତ ନାୟକଙ୍କ ପରିବାରକୁ ଅନୁକମ୍ପା ମୂଳକ ସରକାରୀ ସାହାଯ୍ଯ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ ହେଉଛି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.