Type Here to Get Search Results !

ଗଞ୍ଜାମ-ଗଜପତି ସୀମାନ୍ତରେ ଅବକାରୀ ଚଢାଉ, ୧୧୪୦୦ ଲିଟର ପୋଚ ନଷ୍ଟ ୪୩୬ ଲିଟର ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି :-

ଦୀର୍ଘ ଦିନ ହେଲା ଗଞ୍ଜାମ୍‌-ଗଜପତି ସିମାନ୍ତରେ ଥିବା ଶ୍ୟାମ ସୁନ୍ଦରପୁର,ବାଦପୁର ଓ ପ୍ରତାପପୁର ଗ୍ରାମ ନିକଟସ୍ଥ ନିଘଂଚ ଜଙ୍ଗଲରେ ଚୋରା ଦେଶୀମଦ ପ୍ରସ୍ତୁତ କାରବାର ଚାଲିଥିଲା । ଏହି ଖବର ଅବକାରୀ ଗୋଇନ୍ଦାଙ୍କ ନିକଟରେ ସୁଚନା ପହଂଚିବା ପରେ ଜିଲ୍ଲା ଆରକ୍ଷୀ ଅଧିିକ୍ଷକ ରମେନ୍ଦ୍ର ନାରାୟଣ ନାହାକଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲା ଉପ-ଅଧିକ୍ଷକ ବିଜୟ କୁମାର ଧାରୁଆଙ୍କ ତତ୍ୱାବଧାନରେ ବ୍ରହ୍ମପୁର ମୋବାଇଲ୍ ଷ୍ଠାଫ୍ ସହ ଦିଗପହଣ୍ଡି ଅବକାରୀ କର୍ମଚାରୀମାନେ ବୁଧବାର ସକାଳ ୬ ଘଂଟା ସମୟରେ ଅତର୍କିତ ଭାବେ ଚଢାଉ କରି ଗୋଡମହୁଲ ମିଶ୍ରିତ ୧୧୪୦୦ ଲିଟର ପୋଚକୁ ନଷ୍ଟଭ୍ରଷ୍ଟ କରିବା ସହ ୩୯୮ ଲିଟର ଦେଶୀ ମଦ ଜବତ କରିଛନ୍ତି । ଏହି ଚୋରାମଦ ପ୍ରସ୍ତୁତରେ ବ୍ୟବହୃତ ୫୭ ଗୋଟି ପ୍ଳାଷ୍ଟିକ୍ ଡ୍ରମ୍‌, ୧୦ ଗୋଟି ପ୍ଲାଷ୍ଟିକ୍ ବେରେଲ୍ ସହ ତିନି ଗୋଟି ରସହଣ୍ଡା ଜବତ କରିଥିବା ଜଣାପଡିଛି । ଚଢାଉସମୟରେଅଭିଯୁକ୍ତମାନେ ଆଗୁଆ ସୁଚନା ପାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।ଯାହାଫଳରେ କୌଣସି ଅଭିଯୁ୍‌କ୍ତଙ୍କୁ ଗିରଫ କରାଯାଇନଥିବା ଅବକାରୀ ଏସ୍‌.ଆଇ ସନ୍ତୋଷ ସାହୁ କହିଛନ୍ତି । ପରେ ଶ୍ୟାମ ସୁନ୍ଦରପୁର ଗ୍ରାମର ଉଦୟ ମଳିକ ନାମକ ଏକ ଯୁବକ କେନାଲ୍ ରାସ୍ତାରେ ଦୁଇଗୋଟି ବେରେଲ୍ ସାହାର୍ଯ୍ୟରେ ଚୋରା ଦେଶୀମଦ ଧରି ଯାଉଥିବା ବେଳେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ଠାରୁ ୩୮ ଲିଟର ଚୋରା ଦେଶୀମଦ ଜବତ କରିଛନ୍ତି । ଏନେଇ ଅଭିଯୁକ୍ତ ବିରୁଦ୍ଧରେ ଅବକାରୀ ମାମଲା ଋୁଜୁକରି ଦିଗପହଣ୍ଡି କୋର୍ଟକୁ ଚଲାଣ କରାଯାଇଛି । କୋର୍ଟରେ ଜାମିନ ନାମଂଜୁର ହେବାରୁ ଅଭି୍‌ଯୁକ୍ତକୁ ଦିଗପହଣ୍ଡି ଉପକାରାଗାରକୁ ପଠେଇ ଦିଆଯାଇଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ଆଇ ସୁଧାଂଶୁ ମୁଣ୍ଡା, ଦିଗପହଣ୍ଡି ଅବକାରୀ ଏ.ଏସ୍‌.ଆଇ ବସନ୍ତ ବେହେରା, ପଦ୍ମାବତୀ ସେଠୀ, ସୁଚିତା ଡୁମ୍ ଡୁମ୍‌, ଆଲ୍‌ଫାଲତା ସାହୁ, ଏନ୍‌.ତ୍ରୀପତି, ସୁଧାକର ଶବର, ସ୍ୱଏମ୍ବୁ କହଁର, ନୀର ବେହେରା ପ୍ରମୁଖ ବ୍ରହ୍ମପୁର ଅବକାରୀ ମୋବାଇଲ୍ କର୍ମଚାରୀମାନେ ସାମିଲ୍ ଥିଲେ ।

ଗଞ୍ଜାମ ଜିଲ୍ଲାରୁ ଆଶିଷ ରାଓଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.