ବରଗଡ଼/ ଝାରବନ୍ଧ :-
ବରଗଡ଼ ଜିଲ୍ଲା ଅଧିନସ୍ଥ ଝାରବନ୍ଧ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ, ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଏବଂ ଶିକ୍ଷକ ମାନଙ୍କୁ ନେଇ ଏକ ଭିନ୍ନକ୍ଷମ ତାଲିମ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟ କ୍ରମ ରେ ଝାରବନ୍ଧ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିବ୍ୟ କିଶୋର ପଣ୍ଡା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ ଯୋଗ ଦେଇଥିଲେ। ଉକ୍ତ ଭିନ୍ନକ୍ଷମ ତାଲିମ କାର୍ଯ୍ୟ କ୍ରମ ରେ ମଣିଷର ମୋଟ ୨୧ ପ୍ରକାରର ଭିନ୍ନ କ୍ଷମତା ଉପରେ ସବିଶେଷ ଚର୍ଚ୍ଚା ହୋଇ ସରକାରୀ ସ୍ତର ରେ ଭିନ୍ନକ୍ଷମ ମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇ କିପରି ଭାବରେ ସମସ୍ତ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଏହାର ସମସ୍ତ ଲାଭ ଉଠାଇ ପାରିବେ ଅଭିଭାବକ ମାନଙ୍କୁ ସଚେତନ କରାଯାଇ ଥିଲା। ଉକ୍ତ କାର୍ଯ୍ୟ କ୍ରମ ରେ ବ୍ଲକ ର ସି ଆର୍ ସି ସି, ଆଇ ଇ ଭି, ଶିକ୍ଷକ ତଥା ଅଭିଭାବକ ମିଶି ମୋଟ ୧୦୦ ଜଣ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ଗୋଷ୍ଠୀ ସାଧନ କର୍ମୀ ଶ୍ରୀଯୁକ୍ତ ରାଜ କିଶୋର ବାରିକ ଓ ରାଜ କିଶୋର ମେହେର ତାଲିମ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ ଏବଂ ତାଲିମ ଦାତା ଭାବେ ପୁରନ୍ଦର କୁମ୍ଭାର, ଶ୍ରବଣ କୁମାର ଭୋଇ ଏବଂ ଅଜାମ୍ବର୍ ବାରିକ ତାଲିମ ପ୍ରଦାନ କରିଥିଲେ । ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ୍

