ମାର୍ଶାଘାଇ :-
ବୃକ୍ଷ ହିଁ ଜୀବନ ,ବୃକ୍ଷ ନଥିଲେ ଏ ଜୀବ ଜଗତର ସୃଷ୍ଟି ଅସମ୍ଭବ ହୋଇଥାନ୍ତା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଳକ ଅନ୍ତର୍ଗତ କୁହୁଡି ପଞ୍ଚାୟତର ନରେନ୍ଦ୍ରପୁର ତୁଳସୀ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ସୁବାଷ ଚନ୍ଦ୍ର ପାଣିଙ୍କ ନେତୃତ୍ୱରେ ଓ ସହକାରୀ ପଣ୍ଡିତ ଏବଂ ଶିକ୍ଷକ ଅନ୍ତର୍ଯ୍ୟାମୀ ପଲାଇ ,ପ୍ରମୋଦ କୁମାର ଦାସ ,କନକଲତା ଷଡ଼ଙ୍ଗୀ ,ସୁଲୋଚନା ସ୍ବାଇଁ ,ସହକାରୀ ଶିକ୍ଷୟିତ୍ରୀ ଚିନ୍ମୟୀ ପରିଡ଼ା ,ସିକ୍ଷାକର୍ମି ଅନାଦି ମହାରଣା ,ପାଚିକା ରେବତୀ ନାୟକ ଓ ବବିତା ପଲାଇଙ୍କ ସହଯୋଗରେ ବୃକ୍ଷରୋପଣ କରିଥିଲେ । ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଧ୍ରୁବଚରଣ ପଣ୍ଡା ଓ ତୁଳସୀ କ୍ଷେତ୍ର ପଣ୍ଡିତ ସଭ୍ୟ ସଭାପତି ପ୍ରଭାତ ରଞ୍ଜନ ଦାସ ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମାଧବାନନ୍ଦ ପାତ୍ର ,କୁହୁଡି ପଞ୍ଚାୟତ ସମିତି ସଭ୍ୟ ସୁରେଶ ମହାରଣା ଓ ସରପଂଚ ଉମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ତୁଳସୀ ସଂସ୍କୃତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଳକ କୁହୁଡ଼ିରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

