Type Here to Get Search Results !

ଅକ୍ଟୋବର ୨୫ ତାରିଖରେ ଗୁଡଭେଲା ବ୍ଲକ ଅନ୍ତର୍ଗତ ବୀରମୁଣ୍ଡା ଗ୍ରାମରେ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ


ବଲାଙ୍ଗିର :-

 ଅକ୍ଟୋବର ୨୫ ତାରିଖ ପୂର୍ବାହ୍ନ ୮ ଘଟିକା ଠାରୁ ଗୁଡଭେଲା ବ୍ଲକ ଅନ୍ତର୍ଗତ ବୀରମୁଣ୍ଡା ଗ୍ରାମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିର ରେ ଜିଲ୍ଲା ର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଜନହିତକର ଓ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀ ଙ୍କୁ ସଚେତନ କରିବାପାଇଁ ବିଭାଗୀୟ ଷ୍ଟଲ ସହ ଯୋଜନା ସମ୍ପର୍କିତ ସୂଚନା ସମ୍ବଳିତ ବ୍ୟାନର ଲଗାଯିବା । ଏତଦବ୍ୟତୀତ ପଞ୍ଚାୟତ ଲୋକ ସେବା ଶିବିରରେ ସ୍ୱାସ୍ଥ୍ୟ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ ,ଶ୍ରମ ବିଭାଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉଦ୍ୟାନ କୃଷି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ , ସାମାଜିକ ସୁରକ୍ଷା ବିଭାଗ , ମହିଳା ଓ ଶିଶୁ ବିକାଶ ବିଭାଗ ,ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ମିଶନ ଶକ୍ତି , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ତଥା ଅନ୍ୟାନ୍ୟ ବିଭାଗ ର ଯୋଜନା ସମ୍ପର୍କରେ ସଚେତନତା ସହ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବିଭାଗୀୟ ସହାୟତା ଓ ପରାମର୍ଶ ଦିଆଯିବ । 

ବୀରମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହେବାକୁଥିବା ଏହି ପଞ୍ଚାୟତ ଲୋକ ସେବା ଶିବିର ରେ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେବେ । ଶିବିରରେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଭିନ୍ନ ଯୋଜନା ଗୁଡିକର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଉଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.