Type Here to Get Search Results !

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

 


ଲୋଇସିଂହା :-

ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ଆହ୍ୱାନ କ୍ରମେ ମାସେ ବ୍ୟାପି ସାରା ରାଜ୍ୟରେ ଚାଲିଥିବା 'ଜନସମ୍ପର୍କ ପଦଯାତ୍ରା' ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଆମ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 34 ନଂ ଜୋନ ର ବାନୀପାଲି ଓ ରତାଖଣ୍ଡି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ଯ ତଥା ଲୋଇସିଂହା ନିର୍ବାଚନମଣ୍ଡଳୀ ର ଯୁବନେତା ନିହାର ରଞ୍ଜନ ବେହେରା ଙ୍କ ନେତୃତ୍ଵରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି ଏବଂ 34 ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ବରିହା, ବାନିପାଲି ଗ୍ରା:ପ ସମିତି ସଭ୍ୟା ଜୋସ୍ନାମୟୀ ନାଗ, ସରଗାଡ ପଞ୍ଚାୟତ ସରପଞ୍ଚ ସରୋଜ ବେହେରା, ବାଦିପାଲି ସରପଞ୍ଚ କିରଣ ସାହୁ, ରତାଖଣ୍ଡି ସମିତି ସଭ୍ଯ ମିଶ୍ର ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ଯ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଅଂଶୁମାନ ଗୁରୁ, ଜୟଦେବ ବାରିକ, ସମ୍ପଦ ଭୁଏ, ନେହେରୁ ବିଶ୍ୱାଲ, ଯଦୁମଣି ବେହେରା, ଭକ୍ତ ବରିହା, କୈଳାସ ବରିହା ଏବଂ ସୁଶାନ୍ତ ବରିହା ସହ ଅନ୍ୟାନ୍ୟ ବିଜୁ ଜନତା ଦଳର କର୍ମକର୍ତ୍ତା ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.