Type Here to Get Search Results !

ସ୍ୱାଧୀନତା ସଂଗ୍ରାମି ରବିସିଂ ମାଝୀ ଙ୍କର ୧୦୦ତମ ଜନ୍ମ ଜୟନ୍ତୀ ପାଳନ

 


ଉମରକୋଟ :-

ଆଜି ବାଟିବେଡା ଠାରେ ସ୍ୱାଧୀନତା ସଂଗ୍ରାମି ରବିସିଂ ମାଝୀ ଙ୍କର ୧୦୦ତମ ଜନ୍ମ ଜୟନ୍ତୀ ଅତି ଆଡମ୍ବର ସହ ପାଳନ କରାଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ. ସଂମାନିତ ଅତିଥି ଭାବରେ   ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । ସଭାର ପ୍ରାରମ୍ଭରେ ଆଇନଜୀବୀ ଶ୍ରୀ ସିମାଞ୍ଚଳ ମଲ୍ଲିକ ସମ୍ପାଦକୀୟ ପାଠ କରିଥିଲେ। ମାନ୍ୟବର ସାଂସଦ ନ୍ୟାସ ଘର ଟିଏ ନିଜ ପାଣ୍ଠି ରୁ ଦେବାପାଇଁ ସ୍ଥିର କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ chairmam ସୁଶୀଳା ମାଝୀ, sdc chairman ଉପେନ୍ଦ୍ର ଗଣ୍ଡ, NAC chairman ରାଧା ଭତରା, ରମେଶ ସାହୁ,ନିରଞ୍ଜନ ମାଝୀ, ଦେବିସିଂ ମାଝୀ, ଯୁଗଳ କିଶୋର ମାଝୀ, ଯୋଗ ଦେଇଥିଲେ ଏବଂ ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।  ଏହି ଜନ୍ମ ଜୟନ୍ତୀ ରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ଯାହା କି ଦର୍ଶକ ମାନଙ୍କୁ ବହୁତ ଖୁସି ପ୍ରଦାନ କରିଥିଲା।  ମୁଖ୍ୟ ବକ୍ତା ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ଟାଣୁଆ ନେତା ଜୟଦେବ ପରିଡା ଯୋଗ ଦେଇଥିଲେ । ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.