Type Here to Get Search Results !

ବିଜେଡି ଛାତ୍ର ସଭାପତି ଙ୍କୁ କଲେଜ ପରିସରରେ ସ୍ୱାଗତ


 

ଏରସମା :-

ଏରସମା ବ୍ଲକ ର ନୂତନ ଭାବେ ବିଜୁ ଜନତା ଦଳର ଛାତ୍ର ସଭାପତି ଭାବେ ଦାଇତ୍ୱ ଗ୍ରହଣ କରିଥିବା ସୋନକ ଶାସମଲ ଙ୍କୁ ଏରସମା କୋଠି ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଡିଗ୍ରୀ କଲେଜ ପରିସରରେ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ମନେ ଶୁଭେଚ୍ଛା ଜଣାଇଛନ୍ତି । ସୋନକ ଶାସମଲ ବିଜୁ ଜନତା ଦଳର ଦାୟିତ୍ୱ ନବାପରେ ଶ୍ରୀ ଶ୍ରୀ ଜଗନ୍ନାଥ ଡିଗ୍ରୀ କଲେଜ ର ପ୍ରଧାନ ଅଧ୍ୟାପକ ଶ୍ରୀଯୁକ୍ତ ଆଶୋକ କୁମାର ଗିରି ଏବଂ କଲେଜ ର ସଭାପତି ସୋମ୍ୟରଞ୍ଜନ ସେଠି ଙ୍କୁ ସାକ୍ଷାତ କରିବାକୁ ଆସି କଲେଜ ର ଛାତ୍ର ଛାତ୍ରୀ ସୋନକ ଙ୍କୁ କଲେଜ ର ମୁଖ୍ୟ ଫାଟକ ପାଖରୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବାସହ କଲେଜ ପରିସରରେ ଥିବା ବିଘ୍ନ ବିନାୟକ ଶ୍ରୀ ଗଣେଶ ମୂର୍ତ୍ତି ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିବାସହ ଅଧ୍ୟାପକ ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ମିଠା ଦେଇ ଖୁସି ବାଣ୍ଟିଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ସହ ସୁଖ ଦୁଃଖ ର ସାଥି ହୋଇ ରହିବାକୁ କହି ମିଠା ବାଣ୍ଟିଥିଲେ । ତେଣୁ ସୋନକ ଙ୍କ ଜନହିତ ର କାର୍ଯ୍ୟ ପାଇଁ ଆହୁରି ଆଗକୁ ଉତୀର୍ଣ୍ଣ ହେବାକୁ କଲେଜ ର ଅଧ୍ୟାପକ ଙ୍କ ଆଶ୍ରିବାଦ ଏବଂ ଛାତ୍ର ଛାତ୍ରୀ ଙ୍କ ଭଲପାଇବା ଆଦରଣୀୟ ପାଲଟିଛନ୍ତି ।

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.