ଭୁବନେଶ୍ୱର :-
ପୁଣି ଥରେ ବୃଦ୍ଧି ପାଇଛି ଶ୍ରମିକ ମାନଙ୍କ ପାରିଶ୍ରମିକ। ଏହି ପାରିଶ୍ରମିକ ଗତ ୧ ଏପ୍ରିଲ ୨୦୨୨, ଶ୍ରମିକ ଦିବସରେ ବୃଦ୍ଧି ପାଇଥିବା ବେଳେ ପୁଣି ୧ ଅକ୍ଟୋବର ୨୦୨୨ ରେ ଏହାକୁ ସଂଶୋଧନ କରିବା ସହ ପାରିଶ୍ରମିକ ରେ ୭ ଟଙ୍କା ଅଧିକ ବୃଦ୍ଧି କରାଯାଇଛି। ଆଜି ଏ ନେଇ ରାଜ୍ୟ ଶ୍ରମ କମିଶନର ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦୈନିକ ଅଜ୍ଞ ଶ୍ରମିକଙ୍କ ପାରିଶ୍ରମିକ ୩୨୬ ଟଙ୍କା ରୁ ୩୩୩ ଟଙ୍କା , ଅର୍ଦ୍ଧ କୁଶଳୀ ଙ୍କ ପାରିଶ୍ରମିକ ୩୬୬ ରୁ ବୃଦ୍ଧି ପାଇ ୩୭୩ ଟଙ୍କା , କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୪୧୬ ଟଙ୍କା ରୁ ବୃଦ୍ଧି ପାଇ ୪୨୩ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୪୭୬ ଟଙ୍କା ରୁ ବୃଦ୍ଧି ପାଇ ୪୮୩ ଟଙ୍କା ବୃଦ୍ଧି ପାଇଛି । ଏହାଦ୍ବାରା ଲକ୍ଷଲକ୍ଷ ଶ୍ରମିକ ମାନେ ଉପକୃତ ହେବା ନେଇ ସୂଚନା ଦିଆ ଯାଇଛି। ବ୍ୟୁରୋ ରିପୋର୍ଟ

