Type Here to Get Search Results !

ଶୌଚ ପାଇଁ ବ୍ୟବହାର ବାଉଁଶ ଭାଡ଼ି

 


ଜଗତ୍‌ସିଂହପୁର : -

ଜଗତ୍‌ସିଂହପୁର ଜିଲାର ପ୍ରମୁଖ ଶିଳ୍ପସହର ପାରାଦୀପ ପୌରାଞ୍ଚଳକୁ ୨୦୧୮ରେ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି। ଏପରି କି ସ୍ବଚ୍ଛ ସହର ଭାବେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇସାରିଲାଣି। ବାସ୍ତବରେ ତା'ର ବିପରୀତ ଚିତ୍ର ପୌରାଞ୍ଚଳରେ ଦେଖିବାକୁ ମିଳୁଛି। ଏବେ ବି ଅନେକ ବସ୍ତିର ଲୋକମାନେ ଖୋଲାରେ ଶୌଚ କରୁଛନ୍ତି।

ଷଣ୍ଢକୁଦ ବସ୍ତି, ନୂଆବଜାର ଲୋକମାନେ ସମୁଦ୍ର ବେଳାଭୂମିରେ ଏସବୁ ଘଟଣା ଦେହସୁହା ହୋଇଗଲାଣି। ଏବେ ଅଠରବାଙ୍କି ଲକପଡା ବସ୍ତିରେ କୌତୂହଳପୂର୍ଣ୍ଣ ଶୌଚାଳୟ ଦେଖିବାକୁ ମିଳିଛି। ଏହି ବସ୍ତି ସଂଲଗ୍ନ କାଳିଆବୁଦା ନଦୀ ଉପରେ ବାଉଁଶ ଭାଡିରେ ଶତାଧିକ ଶୌଚାଳୟ ନିର୍ମାଣ କରାଯାଇଛି। ଉପରୋକ୍ତ ବସ୍ତିର ପ୍ରାୟ ୧୮୫ ପରିବାର ଏସବୁ ଶୌଚାଳୟକୁ ଯାଉଛନ୍ତି। ନଦୀ ଉପରେ ବାଉଁଶ ବନ୍ଧାହୋଇ ଛୋଟ ଘର ଭଳି କରାଯାଇଛି। ତା'ର ଚତୁରପାର୍ଶ୍ବରେ କଳା ପଲିଥିନ ଘେରା ଯାଇଛି। ସେଠାକୁ ଯିବା ପାଇଁ କୂଳଠାରୁ ବାଉଁଶ ପୋଲ ହୋଇଛି। ସେଥିରେ କୌଣସି ପାଇଖାନା ଲାଗିନାହିଁ। ମଳତ୍ୟାଗ ପାଇଁ ଭାଡିରେ କିଛି ଅଂଶ ଫାଙ୍କା ରହିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.