ତାଳଚେର :-
ତାଳଚେର ଥର୍ମାଲ୍ ରେଲ୍ୱେ ଷ୍ଟେସନ୍ ନିକଟରେ ଥିବା ୩ କିଲୋମିଟର ଲମ୍ବର ଫ୍ଲାଏ ଓଭରବ୍ରିଜ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଭାଗିତାରେ ନିର୍ମାଣ କରାଯାଉଅଛି । ଏହି ବ୍ରିଜ୍ ନିର୍ମାଣରେ ନିକଟସ୍ଥ ଦିଘି ଗ୍ରାମର ଏକ ଏକର ଏକାଅଶି ଡେସିମିଲି ଜାଗା କ୍ଷତିଗ୍ରସ୍ଥ ପ୍ରଜା ହରାଉଛନ୍ତି । ପ୍ରଶାସନିକ ସ୍ତରରେ କୌଣସି ଫଇସଲା ନକରାଯାଇ ମନମୁଖି ଭାବରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ କରାଯିବାରୁ କ୍ଷତିଗ୍ରସ୍ତ ପ୍ରଜା ଜ୍ଞାନ ରଂଜନ ନାୟକ, ଭୂପେନ୍ ନାୟକ ଏବଂ ପୃଥିରାଜ ନାୟକ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ କେଶ୍ ରୁଜୁ କରିଥିଲେ । ଉକ୍ତ କେସ୍ ନଂ-ଡବ୍ଲୁ.ପି.ସି.(ସି) ୨୨୫୯୮/୨୦୨୨ ମୁତାବକ ଅଦାଲତ ଏହା ଉପରେ ଏକ ରହିତାଦେଶ ଗତ ତା୨୯/୦୯/୨୦୨୨ ରିଖରେ ଦେଇଥିଲେ । କ୍ଷତିଗ୍ରସ୍ଥ ପ୍ରଜା ଯେ ପର୍ଯ୍ୟନ୍ତ ତାଙ୍କର କ୍ଷତିପୂରଣ ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଉକ୍ତ ପ୍ଲଟ ନଂ-୪୧ ଓ ୪୨ କୁ ପ୍ରଶାସନିକ ଅଧିକାରୀ ଏବଂ ଆର ଏଣ୍ଡ ବି ର କାର୍ଯ୍ୟକର୍ତା ତଥା କଂଟ୍ରାକ୍ଟର ଉକ୍ତ ପ୍ଲଟକୁ ଯାଇ ପାରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ପୋଲିସ୍, ଆର ଏଣ୍ଡ ବି କାର୍ଯ୍ୟକର୍ତା ଏବଂ କଂଟ୍ରାକ୍ଟର ଉକ୍ତ ଜାଗାକୁ ଯାଇ ଅଦ୍ୟ ତା୧୩/୧୦/୨୦୨୨ ରିଖରେ କାର୍ଯ୍ୟ ନିର୍ବାହ କରୁଥିଲେ । କ୍ଷତିଗ୍ରସ୍ଥ ପ୍ରଜା ଏହାକୁ ବିରୋଧ କରି କାର୍ଯ୍ୟ ବନ୍ଦ କରିଥିଲେ । ପ୍ରଶାସନର ଏଭଳି ମନମୁଖି କାର୍ଯ୍ୟକୁ କ୍ଷତିଗ୍ରସ୍ତ ପ୍ରଜା ନିନ୍ଦା କରିବା ସହିତ ହାଇକୋର୍ଟ ନିର୍ଦ୍ଦେଶର ଅବମାନନା ନହେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଯଦି ସମସ୍ୟା ସମାଧାନ ନକରି ପୁର୍ନବାର କାର୍ଯ୍ୟ ଆରମ୍ଭ କରାଯାଏ ତେବେ ପୁନଃ ହାଇକୋର୍ଟର ଆଶ୍ରୟ ନେବେ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କ୍ଷତିଗ୍ରସ୍ତ ପ୍ରଜା ଜଣାଇଛନ୍ତି।

