ଗଞ୍ଜାମ/ ବ୍ରହ୍ମପୁର :-
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ବିଜେଡି ଦଳର ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଦଳର ନେତାମନ୍ତ୍ରୀ ମାନଙ୍କ ନେତୃତ୍ୱରେ ସାରା ଓଡିଶାରେ ଜନ ସମ୍ପର୍କ ପଦଯାତ୍ରା କରାଯାଉଥିବା ଦେଖିବାକୁ ମିଳିଛି । ଏହି ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା। ବ୍ରହ୍ମପୁର ମହାନଗର ବିଜେଡ଼ି ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ଏହି ପଦଯାତ୍ରା କରାଯାଉଥିବା ବେଳେ ଶନିବାର ସକାଳେ ୧୦ନଂ ୱାର୍ଡରେ ଏବଂ ସନ୍ଧ୍ୟାରେ ୧୧ ଓ ୧୩ ନଂ ୱାର୍ଡରେ ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେ଼ପୁଟି ମେୟର ଇ. ବିବେକ ରେଡ୍ଡୀ,ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡ଼ି ରାଜ୍ୟ ସମ୍ପାଦକ ସୁବାସ ମହାରଣା ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଉକ୍ତ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ସଭାପତି ବିଜୟ ସାମଲ,ଯୁବ ସଭାପତି ଅଜିତ୍ ପଣ୍ଡା ,ଛାତ୍ର ସଭାପତି ଶୋଭନ ନାୟକ,ଜିଲ୍ଲା ସଭାନେତ୍ରୀ ସୋନାଲି ଗନ୍ତାୟତ,କର୍ପୋରେଟର,ବିଷ୍ଣୁ ପ୍ରିୟା ସାହୁ, ବବି ନାୟକ, ଚିତ୍ରସେନ ନାୟକ,ଦୁର୍ଗା କୁମାର ଲାୟକ,ସୂର୍ଯ୍ୟକାନ୍ତ ସୁବୁଦ୍ଧି,ସନ୍ତୋଷ ସେଠୀ,ସଞ୍ଜିତ ପାଣିଗ୍ରାହୀ,ଟି. ତ୍ରିପତିପାତ୍ର,ଜାମୁଲା ଶ୍ରୀନୁ,ଟି କିଶୋର ପାତ୍ର ,ଅଶ୍ଵୀନୀ ପଟ୍ଟନାୟକ, ସମୀର ମିଶ୍ର, ଭାଗୀରଥି ମହାରଣା,ପଦ୍ମିନୀ ମିଶ୍ର,କାଦମ୍ବରୀ ଦାସ,ସ୍ୱର୍ଣ୍ଣଲତା ସାବତ,ମମତା ପାତ୍ର,ଶ୍ୱେତାରେଖା ତ୍ରିପାଠୀ,ବରିଷ୍ଠ ନେତା ଭୀମସେନ ଦଳେଇ,ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ,ଦଣ୍ଡପାଣି ନାୟକ, ଶୂନ୍ୟ ଦାସ, ତୁମ୍ବନାଥପଣ୍ଡା,ଦୁର୍ଗା ପ୍ରସାଦ ପଣ୍ଡା, ଦୁର୍ଗା ମାଧବ ସାବତ,ଗାଗୁଣିପାତ୍ର,ମଧୁମିତା ମାଝୀ, ଡ଼ି. ଦେବକୀ ରେଡ୍ଡୀ, ଶ୍ୱେତାପ୍ରଜ୍ଞା ପଟ୍ଟନାୟକ, ମେରିସୀଲା ଜସେଫଙ୍କ ସମେତ ବିଜେଡିର ଶତାଧିକ କର୍ମୀମାନେ ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ସିନେମା ହଲ ଛକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ, ମେୟର,ବହୁ ବରିଷ୍ଠ ନେତା,କର୍ପୋରେଟର ନିଜର ବକ୍ତବ୍ୟ ରଖିଥିଲେ । ଏଠାରେ ବିଧାୟକ କହିଥିଲେ ଯେ,ସମସ୍ୟା ଦେଖା ଦେଲେ ହିଁ ଲୋକଙ୍କ ସହ ଜଡ଼ିତ ହୋଇ ରହିପାରିବେ ଜନପ୍ରତିନିଧିମାନେ । ଯଦି ସମସ୍ୟା ଦେଖା ନ ଦେବ ତେବେ ଲୋକଙ୍କ ସହ ଜଡିତ ହୋଇ ରହି ପାରିବେନି କୌଣସି ନେତା ଓ କର୍ମୀ । ତେଣୁ ସମସ୍ୟା ଦେଖା ଦେବା ଓ ତାହାକୁ ସମାଧାନ କରିବା ବିଜେଡ଼ିର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ବିଧାୟକ କହିଛନ୍ତି । ବ୍ରହ୍ମପୁର ରୁ ଆଶୀଷ ରାଓଙ୍କ ରିପୋର୍ଟ

