Type Here to Get Search Results !

ଆର ପାରିରେ ପଦ୍ମପୁର ବିଧାୟକ

 


ପଦ୍ମପୁର :- 

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଗତ ରବିବାର ରାତିରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥା ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ (୬୪) ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦୀନ ଧରି ଅସୁସ୍ଥ ଥିଲେ । ବିଧାୟକ ଶ୍ରୀ ବରିହା ପଦ୍ମପୁର ୫ ଥର ବିଜୟ ଲାଭ କରି ବିଧାୟକ ହୋଇଥିଲେ । ସେ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ କ୍ୟାବିନେଟ ମନ୍ତ୍ରୀ ଭାବେ ରହିଥିବା ବେଳେ ବରଗଡ଼ ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ଭାବେରେ ରହି ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରୁଥିଲେ । ପଦ୍ମପୁର ତଥା ବରଗଡ଼ ଜିଲ୍ଲାରେ ଟାଣୁଆ ନେତା ତଥା ବିଜୟ ବାବୁ ନାମରେ ବେଶ୍ ପରିଚିତ ଥିଲେ । ତାଙ୍କର ପରଲୋକ ପ୍ରଚାରିତ ହେବା ପରେ ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପଛରେ ଧର୍ମପତ୍ନୀ, ଏକ ମାତ୍ର ପୁଅ ଭୋଜରାଜ ସିଂ ବରିହା, ଦୁଇ ଝିଅ, ଜ୍ୱାଇଁ, ପରିବାର ଲୋକେ ଉପସ୍ଥିତ ଥିଲେ । ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.